News
WhatsApp Image 2023-10-04 at 17.25.00
samparksetu

ବାର୍ଦ୍ଧକ୍ୟ ଭତ୍ତା କୁ ଚାହିଁ ରହିଛନ୍ତି ହରିପୁରର ହରିଆ

ଢେଙ୍କାନାଳ ଜିଲ୍ଲା ହରିପୁରର ହରିଆ ଦେହୁରୀ, ନା ଅଛି ପକ୍କାଘର ନା ମିଳି ପାରୁଛି କିଛି ସହାୟତା କିନ୍ତୁ ଚାହିଁ ରହିଛନ୍ତି କେବେ ମିଳିବ ମୋ ବାର୍ଦ୍ଧକ୍ୟ ଭତ୍ତା।

ସଦର ମହକୁମା ଗୁଣ୍ଡିଚା ପଡ଼ା ପଞ୍ଚାୟତ ହରିପୁର ଗ୍ରାମର ହରିଆ ଦେହୁରୀ। ବୟସ ଦେଖିଲେ ଲାଗୁଛି, କେବେଠୁ ଷାଠିଏ ଟପିଲାଣି କିନ୍ତୁ ତାଙ୍କ ସରକାରୀ ଆଧାର କାର୍ଡ କହୁଛି ପଚାଶ। ପ୍ରଶାସନିକ ଅଧିକାରୀମାନେ ସାମାନ୍ୟ ତାଙ୍କର ଆଧାର କାର୍ଡରେ ଜନ୍ମ ତାରିଖ ଭୁଲ୍ ଦର୍ଶାଇ ଥିବାରୁ ଆଜିଯାଏଁ ନା ମିଳି ପାରୁଛି ଭତ୍ତା କି ସରକାରୀ ସହାୟତା। ବାରମ୍ବାର ପ୍ରଶାସନ ନିକଟକୁ ଧାଇଁ ଧାଇଁ ହୀନସ୍ତା। ଆଖି କୁ ଆଉ ଠିକ୍ ସେ ଦେଖା ଯାଉନି କି ଭଲରେ କାନକୁ ଶୁଭୁନି, ବାର୍ଦ୍ଧକ୍ୟର ଶେଷ ପାରିରେ ପହଞ୍ଚିଲେଣି। ତଥାପି ଚାହିଁ ରହିଛନ୍ତି କେବେ ମିଳିବ ମୋ ବାର୍ଦ୍ଧକ୍ୟ ଭତ୍ତା।

new life
You might also like
error: Content is protected !!