News
WhatsApp Image 2023-10-04 at 17.25.00
samparksetu

ମରଣଯନ୍ତା ପାଲଟିଛି ବ୍ରାହ୍ମଣୀ ପୋଲ

ଢେଙ୍କାନାଳ ଓ ଅନୁଗୋଳ ସୀମାନ୍ତ ଜଟିଆ ୫୩ ନମ୍ବର ଜାତୀୟ ରାଜପଥ। ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ରାଜପଥ। ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେଉଁଝର ପରି ଖଣି ପ୍ରବଣ ଜିଲ୍ଲା ଠାରୁ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ମାଲବାହୀ ଗାଡ଼ିଗୁଡିକ ଯାତାୟାତ କରନ୍ତି। ତେବେ ରାସ୍ତାରେ ବ୍ରାହ୍ମଣୀ ନଦୀ ବ୍ରିଜ ଓ ରାସ୍ତାର ଅବସ୍ଥା ବହୁତ ଦୟନୀୟ। ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋଇଲା, କ୍ରୋମାଇଟ, ବୋଝେଇ ଭାରିଯାନ ଚଳାଚଳ କରୁଅଛି। ବ୍ରିଜର ଉଭୟ ପାର୍ଶ୍ଵରେ କଂକ୍ରିଟ ବ୍ୟାରିକେଡ ଗୁଡିକ ଭାଙ୍ଗି ନଷ୍ଟ ହୋଇ ଗଲାଣି।

ବ୍ରିଜ ର ଉଭୟ ପାର୍ଶ୍ୱରେ ବର ଗଛ ଓ ଅନ୍ୟାନ୍ୟ ପ୍ରଜାତିର ଗଛ ଉଠିଲାଣି ଏଣୁ ବ୍ରିଜ ଦୁର୍ବଳ ହେବାକୁ ବସିଲାଣି ଏବଂ ବ୍ରିଜ ରାସ୍ତା ଉପରେ ଖାଲ ଖମଣ ହୋଇ ବିପଦକୁ ଆମନ୍ତ୍ରଣ କରିବା ପରି ମନେହେଉଛି। କେନ୍ଦ୍ର ସରକାର ଏହି ରାସ୍ତାରୁ କୋଟି କୋଟି ଟଙ୍କାର ଟିକସ ଆଦାୟ କରୁଥିବା ବେଳେ ରାସ୍ତା ଓ ବ୍ରିଜର ମରାମତି ଉପରେ ଧ୍ୟାନ ନ ଦେବା ବଡ଼ ଦୁର୍ଭାଗ୍ୟ ଓ ଚିନ୍ତାଜନକ ଘଟଣା। ଯାନ ବାହାନର ଗମନାଗମନ ଓ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ବ୍ରିଜର ଉଭୟ ପାର୍ଶ୍ୱ କଂକ୍ରିଟ ବ୍ୟାରିକେଡ ଓ ରାସ୍ତା ମରାମତି ତୁରନ୍ତ କରିବା ଆବଶ୍ୟକ। ଯଦି ଏହି ସମସ୍ୟାର ସମାଧାନ ନ ହୁଏ ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ।

new life
You might also like
error: Content is protected !!