News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡାଙ୍କ ଅବଦାନ; ସକାଳ ସୁରୁଜ ତୁ

ଡିଜିଟାଲ ମିଡ଼ିଆ ପ୍ଲାଟଫର୍ମ ରେ ରିଲିଜ ହୋଇଛି ଅସୀମା ପଣ୍ଡା ଅଫିସିଆଲ ପ୍ରଯୋଜିତ ଓ ବ୍ରଦର୍ଶ ଏଣ୍ଟରଟେନମେଣ୍ଟ ଦ୍ଵାରା ନିର୍ମିତ ଆଲବମ ‘ସକାଳ ସୁରୁଜ ତୁ ‘ ।

ଏହାର ସଙ୍ଗୀତ ନିର୍ଦ୍ଦେଶନା ଓ ଗୀତକୁ ଲେଖିଛନ୍ତି ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡା ଏବଂ ନିଜ ଲେଖାକୁ ଆସିମାଙ୍କ ତାଳରେ ସଜାଇ ଗୁନ୍ଥିଛନ୍ତି ମଧ୍ୟ ଯାହକୁ ଛାନ୍ଦ ଦେଇଛନ୍ତି ସୋମେଶ ଶତପଥୀ ।

ଭିଡିଓ ଟି ର ନିର୍ଦ୍ଦେଶକ ହେଲେ ସ୍ମୃତି ଆର୍ ଏବଂ ସହ ନିର୍ଦେଶକ ସାହିଲ ପଣ୍ଡା, ସମ୍ପାଦନା ଚିକୁନ୍ ଥିବା ବେଳେ ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି ସମ୍ଭବ ମାନସିଂହ ଓ ପ୍ରିୟଙ୍କା ପଣ୍ଡା ଏବଂ ଉତ୍ତୋଲନ କରିଛନ୍ତି ଡି.ଓ.ପି ବିଶ୍ୱଜିତ କୂଲଡି ।

ଆଲବମ ରିଲିଜ ନେଇ ସନ୍ଦୀପ କୁହନ୍ତି ‘ମୁଁ ଏ ଗୀତ ରେ ପ୍ରଥମ ରୁ ହିଁ ଜଡିତ କହିଲେ ଚଳିବ ଗୀତ ର ଲେଖା, ନିର୍ଦେଶନା ଓ ଗାଇଛି ମଧ୍ୟ । ଏବଂ ଏହାର ନିର୍ମାଣ ମଧ୍ୟ ତାଙ୍କ ଟିମ ବ୍ରଦର୍ଶ ଏଣ୍ଟରଟେନମେଣ୍ଟ ଦ୍ୱାରା ହୋଇଛି ।

ପ୍ରତି ଗୀତ ଭଳି ଏ ଗୀତ ରେ ମଧ୍ୟ ସନ୍ଦୀପ ସମ୍ପୂର୍ଣ୍ଣ ଓଡ଼ିଆ ଶବ୍ଦ ର ପ୍ରୟୋଗ କରିଥିବା ବେଳେ ଓ ନିର୍ଦ୍ଦେଶନା ରେ ନିଜ ଛାପ ଛାଡିବାକୁ ଚେଷ୍ଟା କରିଛନ୍ତି ବୋଲି ଜଣାଇଛନ୍ତି ସନ୍ଦୀପ । ଏପରିକି
ସକାଳ ସୂରୁଜ ତାଙ୍କ ପାଇଁ ଗୋଟେ ମୁଖ୍ୟ ଗୀତ କାରଣ ସିଏ ପ୍ରଥମ ଥର ପାଇଁ ଅସୀମାଙ୍କୁ ନିର୍ଦେଶନା ଦେଇଥିଲେ । ତେବେ
ଆଗକୁ ଏମିତି କିଛି କିଛି ଭଲ କାମ କରି ଲୋକ ଙ୍କ ହୃଦୟ ଜିତିବାର ଚେଷ୍ଟା ଜାରି ରଖିବି ବୋଲି କହିଛନ୍ତି ସନ୍ଦୀପ ।

new life
You might also like
error: Content is protected !!