News
WhatsApp Image 2023-10-04 at 17.25.00
samparksetu

ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ଗ୍ରାମରେ ରହିଛି ଦୁଇଟି ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର । ତେବେ ଏନେଇ ଅଞ୍ଚଳ ବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ସୂଚନା ଅନୁଯାୟୀ କନ୍ତିଓପୁଟସାହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନିକଟରେ ଏବଂ ଭାଗବତଘର ନିକଟରେ ଦୁଇଟି ଟ୍ରାନ୍ସଫର୍ମର ବସାଯାଇଥିବା ବେଳେ ଏହାର ଚାରିପାଖ ସୁରକ୍ଷା ପ୍ରାଚିର ନିର୍ମାଣ କରାଯାଇନାହିଁ ।

ଯାହା ଫଳରେ ସେଠାରେ ବହୁ ଗାଈ , ବଳଦଙ୍କ ଜୀବନ ଯାଇ ସାରିଲାଣି । ଅନ୍ୟପଟେ ଅଙ୍ଗନୱାଡି ଓ ଭାଗବତ ଘରକୁ ବିଭିନ୍ନ ବର୍ଗର ଲୋକେ ଆସୁଥିବାରୁ ତାଙ୍କ ଜୀବନ ମଧ୍ୟ ଅସୁରକ୍ଷିତ ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!