News
WhatsApp Image 2023-10-04 at 17.25.00
samparksetu

ଇତିହାସର ନୂଆ ପୃଷ୍ଠା, ଚାନ୍ଦା ବିହୀନ ହେବ ଲକ୍ଷ୍ମୀପୂଜା ୨୦୨୦

ଚଳିତ ବର୍ଷ ଅକ୍ଟୋବର ୩୦ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପରମ୍ପରା ଓ ଐତିହ୍ୟକୁ ବଜାଇ ରଖିବା ସହ କରୋନା ମହାମାରୀକୁ ଦୃଷ୍ଟି ରେ ରଖି ୫ ଅକ୍ଟୋବର ଦିନ ଜିଲ୍ଲା ପରିଷଦ ସମ୍ମୀଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । କରୋନା କଟକଣାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ କେତୋଟି ସର୍ତ୍ତ ଆଧାର କରି ପୂଜା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ସମ୍ପୂର୍ଣ୍ଣ ସହମତି ଜଣାଇଛି ଢେଙ୍କାନାଳ ମିଳିତ ବଜାର ଗଜଲକ୍ଷ୍ମୀ ପୂଜା କମିଟି ।

ମିଳିତ ବଜାର ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ଶ୍ରୀ ବିଶ୍ୱନାଥ ବେହେରାଙ୍କ ସୂଚନା ଅନୁଯାୟୀ ଚଳିତ ମାସ ୩୦ ତାରିଖ ସନ୍ଧ୍ୟା ପରେ ପୂଜା ଆରମ୍ଭ ହୋଇ ୮.୧୧ ରାତ୍ରିରେ ବିସର୍ଜନ ପୂଜା ଅନୁଷ୍ଠିତ ହୋଇ ୯.୧୧ ଦିନ ବିସର୍ଜନ କରାଯିବ ।

ସରକାରଙ୍କ ସମସ୍ତ ନିୟମ ମାନି ପୂଜାର୍ଚ୍ଚନା କରାଯିବାର ସମସ୍ତେ ସହମତି ଜଣାଇଥିବା ବେଳେ । ଶାନ୍ତି ଶୃଙ୍ଖଳା ସହ କିପରି ପୁଜାଟି ଅନୁଷ୍ଠିତ ହେବ ଏନେଇ ଆଲୋଚନା କରାଯାଇଛି ।

ଶାନ୍ତିଶୃଙ୍ଖଳା ବ୍ୟବସ୍ଥା

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁଯାୟୀ ପୂଜାରେ ଆବଶ୍ୟକୀୟ ଆରକ୍ଷୀ ମୁତୟନ ରହିବେ । ସ୍ଵର୍ଣ ଓ ରୌପ୍ୟ ମେଢ଼ ଗୁଡିକରେ ବନ୍ଧୁକଧାରୀ ସଶସ୍ତ୍ର ଆରକ୍ଷୀ ମୁତୟନ ରହିବେ । ପୁର୍ବ ବର୍ଷ ପରି ବସ୍ ଗୁଡିକ ବସଷ୍ଟାଣ୍ଡ କୁ ଆସି ବାଇପାସ ଦେଇ ଗନ୍ତବ୍ୟ ସ୍ଥଳକୁ ଗତି କରିବ ।

ଆଲୋକ ବ୍ୟବସ୍ଥା

ଢେଙ୍କାନାଳ ପୋୖରାଞ୍ଚଳ ର ପ୍ରତ୍ୟକ ସାହିରେ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଆଲୋକ ସେବା ଯୋଗାଇଦେବା କୁ ପୋୖର ନିର୍ବାହୀ ଅଧିକାରୀଙ୍କ ନିର୍ଦେଶ ।

ମାଦକ ଦ୍ରବ୍ୟ ନିଷେଧ

୮ ଓ ୯ ଉଭୟ ତାରିଖ ଦିନ ମଦ ଦୋକାନ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ବୋଲି ଜଣାଯାଇଥିବା ବେଳେ, ବଜାର ଭିତରେ କିଭଳି ମଦ୍ୟପାନ କରି କେହିନବୁଲନ୍ତି ସେନେଇ ଅବକାରୀ ବିଭାଗ ନଜର ରଖିବେ ।

ବିସର୍ଜନ

ମିଲିତ ବଜାର କମିଟିର ସିଦ୍ଧାନ୍ତ ଅନୁଯାୟୀ ୮. ୧୧ ଦିନ ବିସର୍ଜନ ପୂଜା ସମାପ୍ତ କରାଯାଇ ୯.୧୧ ସକାଳ ୬ରୁ ପୂର୍ବାହ୍ନ୧୧ ଟା ମଧ୍ୟରୁ ଭସାଣି ସମାପ୍ତ କରାଯିବ ଏହି ଦିନ ଗୁଡିକରେ ବିସର୍ଜନ କରିବାକୁ ଥିବା ପୂଜା ପ୍ରତିଷ୍ଠାନ ଟାଉନ ଥାନା ଅଧିକାରୀଙ୍କ ଠାରୁ ଅନୁମତି ଆଣି ବିସର୍ଜନ କରିପାରିବେ । ବିସର୍ଜନ ନିମନ୍ତେ ସ୍ଥାୟୀ ଓ ଅସ୍ଥାୟୀ ପୋଖରୀ ନିମନ୍ତେ ପୋୖର ଅଧିକାରୀ ପୂଜା କମିଟି ଗୁଡିକୁ ଅବଗତ କରାଇବେ । ଭସାଣି ସମୟରେ ୧୦ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ ।

ଅନ୍ୟପଟେ ଚଳିତ ବର୍ଷ ପୂଜା ନିରାଡ଼ମ୍ବର ଭାବରେ ପାଳନ କରାଯାଉଥିବାରୁ ଚାନ୍ଦା ଆଦାୟ ନକରିବା ନିମନ୍ତେ ସଭାପତି ପରାମର୍ଶ ଦେବାରୁ ସମସ୍ତ କର୍ମକର୍ତା ଓ ଜିଲ୍ଲାପାଳ ସହମତି ଜଣାଇଥିଲେ ।

new life
You might also like
error: Content is protected !!