News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାର ବିସ୍ମୟ ବାଳକ ଅନ୍ନବ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି

ଢେଙ୍କାନାଳ ଜିଲ୍ଲାର ବିସ୍ମୟ ବାଳକ ଅନ୍ନବ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି

କଅଁଳ ବୟସରେ ମୁହେଁ ମୁହେଁ ସବୁ କିଛି ସାଉଁଟି ଦେଇଛନ୍ତି ଅନ୍ନବ । ପୃଥିବୀର ମ୍ୟାପ ସମସ୍ତ ରାଜ୍ୟ, ଓ ଜିଲ୍ଲା, ୪ଟି ଭାଷା ଓଡିଶା, ହିନ୍ଦୀ , ତେଲୁଗୁ ଏବଂ ଇଂରାଜୀ ରେ ସବିଶେଷ ତଥ୍ୟ ଦେଇପାରନ୍ତି ଅନ୍ନବ କେବଳ ସେତିକି ନୁହେଁ ଶତାଧିକ ସାଧାରଣ ଜ୍ଞାନ ର ମଧ୍ୟ ଉତ୍ତର କହିପାରନ୍ତି ସିଏ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସାନ ବ୍ରମଃପୁରର ବାସିନ୍ଦା ସ୍ମୃତି ରଂଜନ ନାୟକ ଏବଂ ଜ୍ୟୋତିର୍ମୟୀ ମହାନ୍ତିଙ୍କ ପୁଅ ଅନ୍ନବ ମହାନ୍ତି । ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି ହୋଇଛନ୍ତି ଅନ୍ନବ ।

ଅତି କମ ବୟସରେ ଅନ୍ନବଙ୍କ ଏଭଳି ବିସ୍ମୟ ବୁଦ୍ଧି ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ପିରିଓଡିକ ଏଲିମେନ୍ଟସ ରେ ୩ ମିନିଟ ୩୮ ସେକେଣ୍ଡ ର ବିଶ୍ୱ ରେକର୍ଡ କୁ ପଛରେ ପକାଇ
୧ ମିନିଟ ୬ ସେକେଣ୍ଡରେ ସମାପ୍ତ କରି ବିଶ୍ୱ ବିଜେତା ହୋଇଛନ୍ତି ଅନ୍ନବ ।

ଏତେ ଛୋଟବେଳେ ଏତେ ଜ୍ଞାନର ଅଧିକାରୀ ସେକଥା କେହି ମଧ୍ୟ ଜାଣିନଥିଲେ । ପ୍ରତ୍ୟେକ ଦିନ ତାଙ୍କ ମାତା ପିତା ସମୟ ବାହାର କରି ବିଭିନ୍ନ ଜ୍ଞାନ କୌଶଳ ସମ୍ମନ୍ଧରେ ତାଙ୍କୁ କିଛି ସୂଚନା ଦେଇଥାନ୍ତି । ଆଉ ଏହା ତାଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ପୁଅର ପ୍ରତିଭାକୁ ପାରୁପର୍ଯ୍ୟନ୍ତ ପୁଲକିତ କରିବାକୁ ଚେଷ୍ଟା କରିଥିଲେ ତାଙ୍କ ବାପା ଏବଂ ମା । ସେହିପରି ଅନ୍ନବଙ୍କ ଏଭଳି ସଫଳତା ଦେଖି ଗର୍ବ ଅନୁଭବ କରିଛନ୍ତି ତାଙ୍କ ପରିବାର ।

new life
You might also like
error: Content is protected !!