News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ମହିଳାଙ୍କ ମାମଲା ରୁଜୁ କଲେ ଥାନା ଅଧିକାରୀ

ନିଜ ଭୁଲ୍ ଘୋଡାଇବା ପାଇଁ ନିରୀହ ଲୋକମାନଙ୍କୁ ବଳି ପକାଇ ଦେଉଛନ୍ତି ଥାନା ଅଧିକାରୀ।କାମାକ୍ଷାନଗର ଆଦର୍ଶ ଥାନା ବଡ଼ଶୁଆଁଳ ଗାଁର ଅଜିତ ପଣ୍ଡାଙ୍କ ପତ୍ନୀ ଟିକିଲି ପଣ୍ଡା ଗତତା୭/୧୦/୨୦୨୦ରିଖ ଦିନ କାମାକ୍ଷାନଗର ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ। ଥାନା ଅଧିକାରୀ ମାମଲା ରୁଜୁ କରିବା ପରିବର୍ତ୍ତେ ଅଭିଯୁକ୍ତଙ୍କ ସହ ସମାଧାନ କରିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ଏ ସମ୍ପର୍କରେ ପୋଲିସ କୌଣସି ସହଯୋଗ ନକରିବା ଘଟଣା ଗତ ୯/୧୦/୨୦୨୦ ତାରିଖ ଦିନ ଢେଙ୍କାନାଳ ଉପଡେଟ ପ୍ରକାଶ କରାଯାଇଥିଲା ।

ତେବେ ଖବର ପ୍ରସାରଣ ପରେ ଥାନା ଅଧିକାରୀ ଙ୍କ ଉପରେ ଚାପ ପଡିବାରୁ ଆଜି ତାରିଖରେ କେସ ରୁଜୁ କରିଛନ୍ତି। ଥାନା ଅଧିକାରୀ ଆଜି ତାଙ୍କୁ ଚାପ ପକାଇ ଏକ ନୂତନ ଏତେଲା ଲେଖାଇ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ କହିଛନ୍ତି। ତେବେ ଘଟଣାର ଛଅ ଦିନ ପରେ ମାମଲା ରୁଜୁ କରିବା କେତେ ଦୂର ଯଥାର୍ଥ ସାଧାରଣ ଜନତା ଚିନ୍ତା କରନ୍ତୁ।

ପୂର୍ବରୁ ପ୍ରସାରିତ ଖବର

ଘଟଣା କ୍ରମ ଏହି ପରି ଥିଲା କି , ତାଙ୍କ ଗାଁର ଜୈନିକ ବ୍ଯକ୍ତି ତାଙ୍କୁ ଓ ତାଙ୍କର ପରିବାରକୁ ହତ୍ୟା ଧମକ ଦେଉଛନ୍ତି। ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ମାମଲା କୋର୍ଟରେ ବିଚାରାଧୀନ ମଧ୍ୟ ରହିଛି। ଏ ବାବଦରେ ଟିକିଲି ସମ୍ପୃକ୍ତ ବ୍ଯକ୍ତିଙ୍କର ବିରୋଧରେ ଥାନାରେ ଏତଲା ଦେଇଥିଲେ।

ହେଲେ ଥାନା ଅଧିକାରୀ ତାଙ୍କ ମାମଲା ରୁଜ୍ଜୁ ନକରି ସମାଧାନ ପାଇଁ ଚାପ ପକାଉଛନ୍ତି। କେସ ପଞ୍ଜିକରଣ କରିବା ବଦଳରେ ଦୋଷୀଙ୍କୁ ସହାୟତା କରୁଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରକୁ ଗତ ୬/୧୦/୨୦୨୦ ତାରିଖ ରେ ଗୁଣ୍ଡା ପଠାଇ ପରିବାରକୁ ଧମକ ଦେଇଥିଲେ। ମହିଳା ଏ ବିଷୟରେ ୭/୧୦/୨୦୨୦ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ।

new life
You might also like
error: Content is protected !!