News
WhatsApp Image 2023-10-04 at 17.25.00
samparksetu

ଅସ୍ବଭାବିକ ଭାବରେ ଫୁଲୁଛି ଶରୀର ର ବିଭିନ୍ନ ଅଂଶ ,ଯନ୍ତ୍ରଣ। ରେ ଛଟପଟ ସମା

ଦୁନିଆକୁ ଭଲରେ ଦେଖି ନାହିଁ ହେଲେ ଦଇବ ଏମିତି ଯନ୍ତ୍ରଣା ଦେଉଛି ଯେ ଦେଖିଲେ ଆଖିରୁ ଆପେ ଆପେ ଲୁହ ଝରି ପଡିବ।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗାଁର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ। ବାପାମାଆଙ୍କର ଗୋଟିଏ ବୋଲି ପୁଅ। ସମା ର ଶରୀର ର ବିଭିନ୍ନ ଅଂଶ ଅସ୍ବଭାବିକ ଭାବରେ ଫୁଲୁଛି। ହାତ, ଗୋଡ଼, ଠାରୁ ଆରମ୍ଭ କରି ଆଖି ପର୍ଯ୍ୟନ୍ତ। ଆଖିକୁ ତାର ଭଲରେ ଦେଖାଯାଉ ନାହିଁ।

ଗରିବ ଦିନ ମଜୁରିଆ ମଙ୍ଗୁଳୁ , ମଜୁରୀ ଲାଗି ପେଟ ପୋଷନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ଭଲରେ ନାହିଁ। ଏପରି ଅବସ୍ଥାରେ ଦଇବ ଦାଉ ସାଧୁଛି। ଶିକ୍ଷାର ଅଭାବ ଯୋଗୁଁ ସରକାରୀ ସହାୟତା କିପରି ମିଳୁଛି ତାହା ବି ତାଙ୍କୁ ଜଣା ନାହିଁ। ସରକାରୀ ହେଉ ବା ବେସରକାରୀ ସ୍ତରରେ କୌଣସି ସହାୟତା ମିଳି ପାରିଲେ ଗୋଟିଏ ବୋଲି ପୁଅର ଚିକିତ୍ସା କରିପାରନ୍ତେ ମଙ୍ଗୁଳୁ ତିରିଆ।

new life
You might also like
error: Content is protected !!