News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ , ଭତ୍ତା ପାଇଲେ ଆଦିବାସୀ ଦମ୍ପତ୍ତି

ଗଁଦିଆ ବ୍ଲକର ଷୋରିସିଆପଦା ପଞ୍ଚାୟତର ପାହାଡ଼ ଜଙ୍ଗଲ ଘେରା ଚଟିଘର ଗାଁ। ଦେଓଗାଁ-ଟାଙ୍ଗି ରାସ୍ତାରେ ଥିବା ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଗାଁ। ନିର୍ବାଚନ ଛଡ଼ା ଅନ୍ୟ ବେଳେ କୌଣସି ନେତା ମନ୍ତ୍ରୀଙ୍କ ପାଦ ପଡ଼େ ନାହିଁ ଏହି ଗାଁ ରେ। ଏହି ଗାଁ ଆଦିବାସୀ ଦମ୍ପତ୍ତି ମଙ୍ଗୁ ଜଙ୍ଗ (୬୮) ଓ ଜାନକୀ ଜଙ୍ଗ(୬୪)। ଜାନକୀ ଜଣେ ଦିବ୍ଯାଙ୍ଗ ମଧ୍ୟ। ଉଭୟଙ୍କ ବୟସ ଦୃଷ୍ଟିରୁ ବାର୍ଦ୍ଧକ୍ୟ ଭତ୍ତା ପାଇବା ଯୋଗ୍ୟ ହେଲେ ଶିକ୍ଷାର ଅଭାବ ଓ ଗରିବ ଶ୍ରେଣୀର ଆଦିବାସୀ ହୋଇଥିବାରୁ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହୋଇଥିଲେ ।

ତେବେ ଏହି ଖବର ଗତ ସେପ୍ଟେମ୍ବର ୨୦ ତାରିଖରେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ ହୋଇଥିଲା । ତେବେ ଖବର ପ୍ରସାରଣ ପରେ ଉକ୍ତ ଦମ୍ପତ୍ତି ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେଇଛନ୍ତି ସରକାର ।

new life
You might also like
error: Content is protected !!