News
WhatsApp Image 2023-10-04 at 17.25.00
samparksetu

ସମା ଙ୍କ ଯନ୍ତ୍ରଣ। ଶୁଣିଲେ ସରକାର ; ଚିକିତ୍ସା ପାଇଁ ଗଲେ କଟକ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗାଁର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ। ବାପାମାଆଙ୍କର ଗୋଟିଏ ବୋଲି ପୁଅ। ସମା ର ଶରୀର ର ବିଭିନ୍ନ ଅଂଶ ଅସ୍ବଭାବିକ ଭାବରେ ଫୁଲୁଛି। ହାତ, ଗୋଡ଼, ଠାରୁ ଆରମ୍ଭ କରି ଆଖି ପର୍ଯ୍ୟନ୍ତ। ଆଖିକୁ ତାର ଭଲରେ ଦେଖାଯାଉ ନାହିଁ।

ପୂର୍ବରୁ ପ୍ରସାରିତ ଖବର

ଗରିବ ଦିନ ମଜୁରିଆ ମଙ୍ଗୁଳୁ , ମଜୁରୀ ଲାଗି ପେଟ ପୋଷନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ବି ଭଲରେ ନାହିଁ। ଏହି ଖବର ଆମେ ଗତ ଅକ୍ଟୋବର ୧୯ ତାରିଖରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା ।

ତେବେ ଖବର ପ୍ରସାରଣ ପରେ ସମା ଙ୍କ ଚିକିତ୍ସା ପାଇଁ ହାତ ବଢ଼ାଇଛନ୍ତି ସରକାର । ସମା ଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ସମସ୍ତ ଵ୍ୟଵସ୍ଥା କରାଯାଇ କଟକ ବଡ଼ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!