News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଅପଡେଟ୍ ସହ ପରିଚିତି

“Dhenkanal Update – connecting to every surrounding”

ଅନୁଗୋଳ – ପୁରୀ ଯାତ୍ରୀବାହି ରେଳ ଗାଡି ର ପଛ ବଗି ରେ ଭୀଷଣ ଭିଡ ହୁଏ । ଜାଗା ମିଳେନି ବସିବା ପାଇଁ ତେଣୁ ଠିଆ ହେବାକୁ ହୋଇଥାଏ। ଏପରି ପରିବେଷ ରେ ଢେଙ୍କାନାଳ ଷ୍ଟେସନରୁ ଜଣେ ଯୁବକ ଉଠନ୍ତି ଓ ଆମ ଗହଣରେ ଠିଆ ହୁଅନ୍ତି। ଠିଆ ହେବା ଯନ୍ତ୍ରଣା କୁ ଲାଘବ କରିବା ପାଇଁ ହସ ଖୁସୀ ଓ ଆଲୋଚନା ହୋଇଥାଏ । ଘନିଷ୍ଟତା ବଢିବା ସହିତ ଦିନେ ସେ ମୋତେ ଢେଙ୍କାନାଳ ଜିଲ୍ଲାର ପ୍ରଥମ ଡିଜିଟାଲ ମିଡ଼ିଆ ଢେଙ୍କାନାଳ ଅପଡେଟ୍ ଓ ତାର ଉଦ୍ଦେଶ୍ଯ ବିଷୟରେ କହିଲେ । ମୁଁ ଉତ୍ସାହିତ ହୋଇ ‘ଫୁରୁସତ ‘ ପାଇଁ କିଛି ଲେଖା ବି ପଠାଇଲି। ଯେତେବେଳେ ପ୍ରକାଶିତ ହେବାର ଖବର ମିଳିଯାଏ ସେତେବେଳେ ମନ ଆନନ୍ଦିତ ହୋଇଯାଏ । ସାହିତ୍ଯ କୁ ପ୍ରୋତ୍ସାହନ ଦେବା ସହିତ ଢେଙ୍କାନାଳ ର କୋଣ ଅନୁକୋଣ ରେ ଲୁଚିଯାଉଥିବା ସମ୍ବାଦ କୁ ଗାମ୍ଯ ସାମ୍ବାଦିକ ମାନଙ୍କ ଜରିଆରେ ଲୋକଲୋଚନ କୁ ଆଣିବାରେ ସଫଳ ପ୍ରୟାସ କରିଛି ।

ଆଞ୍ଚଳିକ ସମସ୍ଯା କୁ ପ୍ରାଧାନ୍ଯ ଦେଇ ସମସ୍ଯା ର ଦୂରିକରଣ ନିମନ୍ତେ ଉଦ୍ଯମ କରିଆସୁଛି । ଖେଳ, ପରିଚର୍ଯ୍ଯା ଇତ୍ଯାଦି ବିଭାଗ ଗୁଡିଏ ସୃଷ୍ଟି କରି ଅନେକ ସମ୍ଭାବନା କୁ ସାକାର କରିଛି ।

ବିଭିନ୍ନ ଗ୍ରାମରେ ପୂଜା ପାଉଥିବା ଦେବାଦେବୀ ଙ୍କୁ ପ୍ରତିଦିନ ସକାଳୁ ଆମ ମୁହଁ ସାମନାରେ ଥୋଇଦେଇଛି । ତତ୍ ସହିତ ଜଡିତ ଥିବା ସଂସ୍କୃତିର ପ୍ରଚାର ଓ ପ୍ରସାର କରିଆସୁଅଛି । ରଥଯାତ୍ରା, ଯୋରନ୍ଦା ଯାତ୍ରା କପିଳାସର ଜାଗର ଯାତ୍ରା ଇତ୍ଯାଦି ଆମେ ଘରେ ବସି ଜାଣିପାରୁଛେ ।

କରୋନା ବିଷୟରେ ସଚେତନତା ଓ ତାର ତାଜା ଖବର ର ପ୍ରସାରଣ କରିଅଛି । ଘରେ ଥାଇ ବିଭିନ୍ନ ଅଞ୍ଚଳ ର କରୋନା ପରିସ୍ଥିତି ବିଷୟରେ ଅବଗତ କରାଇଛି ।

ସକାଳୁ ସକାଳୁ ସକରାତ୍ମକ ଭାବ ବହନକାରୀ ‘ଅନୁଚିନ୍ତା’ ର ବାର୍ତ୍ତା ପଢିବାକୁ ପ୍ରତିଦିନ ସୁଯୋଗ ମିଳେ। ଦେଶ ବିଦେଶ ର କିଛି ସୂଚନା ଦେବାରେ ମିଡିଆ ଟି ପଛଘୁଞ୍ଚା ଦେଇନାହିଁ ।

ଏହା ଆମର ମିଡିଆ ଯିଏ କି ଆମ୍ଭମାନଙ୍କ ର ଅଞ୍ଚଳ ବିଷୟରେ ଓ ଆମର ଜିଲ୍ଲା ବିଷୟରେ ପ୍ରତିଦିନ ସୂଚାଇ ଥାଏ । ଏହା ରୁଦ୍ଧିମନ୍ତ ହେଉ ଓ ଦିପ୍ତୀମନ୍ତ ହେଉ।

new life
You might also like
error: Content is protected !!