News
WhatsApp Image 2023-10-04 at 17.25.00
samparksetu

ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଫାଟି ଆଁ କଲାଣି ଫିଲ୍ଡ ଚ୍ୟାନେଲ କାନ୍ଥ ; ୧୦ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ହୋଇଥିଲା କାର୍ଯ୍ୟ

ପରଜଙ୍ଗ ବ୍ଲକ ଆମ୍ବପଳାସ ପଞ୍ଚାୟତର ଏନଆରଜିଏସ ଯୋଜନାରେ ନିର୍ମିତ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଫିଲ୍ଡ ଚ୍ୟାନେଲ କାନ୍ଥ ଫାଟି ଆଁ କଲାଣି। ସୂଚନା ଫଳକରେ ସଠିକ ସୂଚନା ଦିଆ ବି ଯାଇନଥିଲା ଯେଉଁ କାରଣ ପାଇଁ ଠିକାଦାର ଜାଣି ଶୁଣି ଭାଙ୍ଗି ଦେଇଥିବା ଜଣାପଡିଛି। ଅନୁସନ୍ଧାନରୁ ଜଣାପଡିଛି ପ୍ରାୟ ୧୦ ଲକ୍ଷ ଟଙ୍କାର କାମ କିଛି ମାସ ପୂର୍ବରୁ ହୋଇଥିଲା।

ବର୍ଷେ ବି ହୋଇ ନାହିଁ ହେଲେ କଂକ୍ରିଟ ଫାଟି ଯିବାର ଦେଖିବାକୁ ମିଳିଛି। ଏହି ପରି ଭାବେ ଜିଲ୍ଲାର ଅନେକ ସ୍ଥାନରେ ଏନଆରଜିଏସ ଯୋଜନାରେ କାମ କେଉଁଠି ନିମ୍ନ ମାନର ହେଉଥିବା ତ କେଉଁଠି ଶ୍ରମିକ ବଦଳରେ ମେସିନ ଦ୍ବାରା କରାଯାଉଥିବା ଅଭିଯୋଗ ହେଉଛି, ତଥାପି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ନଜିର ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ କାମର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

new life
You might also like
error: Content is protected !!