News
WhatsApp Image 2023-10-04 at 17.25.00
samparksetu

ମେଣ୍ଢାପଦା ଗାଁ ରେ ପାନୀୟ ଜଳ ସମସ୍ୟା

ମାସେ ପାଖାପାଖି ହେବ ପର୍ଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ର ଲୋକ ପାନୀୟ ଜଳ ସମସ୍ୟା ଯୋଗୁଁ ଅତିଷ୍ଠ ହୋଇ ପଡିଲେଣି।

ଦୁଇଟି ଓ୍ବାର୍ଡ ର ଲୋକ ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେଉଥିଲେ। କିନ୍ତୁ ଏହି ପ୍ରକଳ୍ପର ବିଦ୍ୟୁତ ଟ୍ରାନ୍ସଫର୍ମ ଟି ପୋଡ଼ି ଯାଇଛି।

ଯେଉଁ କାରଣ ପାଇଁ ଗାଁର ଲୋକ ପାନୀୟ ଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହୋଇଛନ୍ତି। ମହିଳାମାନେ ପୂର୍ବ ପରି କୂଅ ପୋଖରୀ ଉପରେ ନିର୍ଭର କରୁଥିବା ଦେଖାଯାଇଛି। ବସୁଧା ହେଲ୍ପଲାଇନ ନମ୍ୱର ସହ ଯୋଗାଯୋଗ କଲେ କେହି ଉଠାଉ ନଥିବା ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ଲୋକ ପ୍ରତିନିଧି ଏ ବିଷୟରେ ମୁଣ୍ଡ ଖେଳାଉ ନଥିବା ଜଣାପଡ଼ିଛି।

new life
You might also like
error: Content is protected !!