News
WhatsApp Image 2023-10-04 at 17.25.00
samparksetu

ମେରାମଣ୍ଡଳୀ ବିଦ୍ୟୁତ୍ ଗ୍ରୀଡକୁ କାର୍ଯ୍ୟକ୍ଷମ କରିବାକୁ ଦାବି

ତାଳଚେର ବିଦ୍ୟୁତ୍ ଖଣ୍ଡ ଚାଇଁପାଳ ଅନ୍ତର୍ଗତ ମେରାମଣ୍ଡଳୀ ସେକ୍ସନର ୩୩\୧୧ କେଭିଏ ବିଦ୍ୟୁତ୍ ଗ୍ରୀଡ୍ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ଅଞ୍ଚଳର ଲୋକ ପ୍ରତିନିଧି ଓ ବିଦ୍ୟୁତ୍ ଉପଭୋକ୍ତା ମାନେ ଏ ସମ୍ପର୍କିତ ଦାବିପତ୍ର ଶକ୍ତିମନ୍ତ୍ରୀଙ୍କ ଉଦେଶ୍ଯରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁଙ୍କୁ ପ୍ରଦାନ କରିଛନ୍ତି।

ପ୍ରକାଶ ଯେ,ମେରାମଣ୍ଡଳୀ ସେକ୍ସନରେ ବିଦ୍ୟୁତ୍ ସମସ୍ୟା ଜଟିଳ ଋପ ଧାରଣ କରିଛି। ଲୋ ଭୋଲ୍-ଟେଜ୍ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିପକାଇଛି। ସେହିପରି ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଲୋକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ଜଣାଇବା ପରେ ମେରାମଣ୍ଡଳୀ ସେକ୍ସନରେ ୩୩\୧୧ କେଭି ବିଦ୍ୟୁତ୍ ଗ୍ରୀଡ୍ ଷ୍ଟେସନ୍ କରିବାକୁ ନିଷ୍ପତ୍ତି ହୋଇଥିଲା।

ଓଡିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ ପକ୍ଷରୁ ମୋଟାଙ୍ଗା ଠାରେ ୩୩\୧୧ କେଭିଏ ବିଦ୍ୟୁତ୍ ଗ୍ରୀଡ୍ କରିବାକୁ ନିଷ୍ପତ୍ତି ହୋଇଥିଲା। ୭ବର୍ଷ ପୂର୍ବେ ଗ୍ରୀଡ୍ ଷ୍ଟେସନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଅଦ୍ୟାବଧି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ତାହାକୁ କାର୍ଯ୍ୟକ୍ଷମ କରାଯାଇ ନାହିଁ। ଏ ନେଇ ପୂର୍ବରୁ ଆଖପାଖ ପ୍ରାୟ ୮ଟି ପଞ୍ଚାୟତର ସରପଞ୍ଚ ଓ ବିଦ୍ୟୁତ୍ ଉପଭୋକ୍ତା ମାନେ ଜନସାଧାରଣ , ରାଜ୍ୟ ଶକ୍ତି ମନ୍ତ୍ରୀ , ଓପିଟିସିଏଲ୍ ର ମୁଖ୍ୟ ସାଧାରଣ ପରିଚାଳକ, ସେସୁ , ଢେଙ୍କାନାଳର ସାଧାରଣ ପରିଚାଳକ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରି ତୁରନ୍ତ ଏହି ବିଦ୍ୟୁତ୍ ଗ୍ରୀଡ୍ କୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ।

ଇତିମଧ୍ୟରେ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟ ର କୌଣସି ଅଗ୍ରଗତି ହୋଇପାରିନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକପ୍ରତିନିଧି ଓ ବିଦ୍ୟୁତ୍ ଉପଭୋକ୍ତା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦିନକୁ ଦିନ ବିଦ୍ୟୁତ୍ ସମସ୍ୟା ଜଟିଳ ହେଉଥିବା ବେଳେ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ନେଇ କ୍ଷୋଭ ପ୍ରକାଶ ପାଇଛି।

ତୁରନ୍ତ ଉକ୍ତ ବିଦ୍ୟୁତ୍ ଗ୍ରୀଡ୍ କୁ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!