News
WhatsApp Image 2023-10-04 at 17.25.00
samparksetu

ସଙ୍କଟରେ ଢେଙ୍କାନାଳ ର ଐତିହ ଭାଗୀରଥି ସାଗର

ଢେଙ୍କାନାଳ ର ଐତିହ୍ୟ ୨୬ ଏକର ବିଶିଷ୍ଟ ଭାଗିରଥି ସାଗର ବା ନୂଆ ପୋଖରୀ କୁ ସୁରକ୍ଷା ଦେବା ଏବଂ ସଫା କରିବା ପରିବର୍ତ୍ତେ ତାକୁ ପୋତିବା ପାଇଁ ବା ବନ୍ଦ କରିବା ପାଇଁ କିଛି ବ୍ୟକ୍ତି ବିଶେଷ ଙ୍କ ସହିତ ପ୍ରଶାସନ ମଧ୍ୟ ମସୁଧା ଚଳାଇଛନ୍ତି l ଏହାର ସୁରକ୍ଷା ପାଇଁ ଅନେକ ଥର ଗଣ ମାଧ୍ୟମରେ ପ୍ରକାଶିତ ହୋଇସାରିଥିଲେ ମଧ୍ୟ ପ୍ରଶାସନ ଗଭୀର ନିଦ୍ରାରେ l

ପୋଖରୀର ଚତୁର୍ପାଶ୍ୱ ରେ ବିଭିନ୍ନ ଲୋକ ବିଭିନ୍ନ ସମୟରେ ଜବର ଦଖଲ କରି ଚାଲିଛନ୍ତି l ପ୍ରଶାସନ ଏଠି ନିରବ ଦ୍ରଷ୍ଟା l ତାଛଡା ପୌର ପାଳିକା ପୋଖରୀ ର ଭିତରେ ପାଖରେ ଜୈବ ଖାତ ଖୋଳି ଅଳିଆ ପକାଇବା ଆରମ୍ଭ କରିଛି l ସ୍ଥାନୀୟ ଲୋକ ମାନେ ଏହାର ବିରୋଧ କରିଥିଲେ ମଧ୍ୟ ପୌର ପାଳିକା ଯନ୍ତ୍ରୀ ମାନେ କାହା ସ୍ୱାର୍ଥରେ ଏହା କରିଥିଲେ, ତାହା ତଦନ୍ତ ସାପେକ୍ଷ l

ତାପରେ ସେହି ଜାଗାରେ ପୌର ପାଳିକା ତରଫରୁ ଡଷ୍ଟ ବିନ ଲଗାଇଲେ l କାହିଁକି ଏହା ପୋଖରୀ ଭିତରେ କରାଯାଉଛି ତାହା ସାଧାରଣ ରେ ପ୍ରଶ୍ନବାଚୀ ।

ଏବେ ଜନୈକ ବ୍ୟକ୍ତି ପୋଖରୀର ପୂର୍ବ ପାଖରେ ପଥର ଇଟା ଗୁଣ୍ଡ ପକାଇଛନ୍ତି l ଏ ସମ୍ପର୍କରବ ପୌର ପାଳିକା କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହୋଇନାହିଁ l ଜବର ଦଖଲ ରୁ ଉଛେଦ, ଜୈବ ଖାତ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ପୋଖରୀ ଭିତରେ ପଡ଼ିଥିବା ପଥର ଇଟା ଗୁଣ୍ଡ କୁ ଅନ୍ୟତ୍ର ଉଠାଇବା ପାଇଁ ସାଧାରଣ ରେ ଦାବି ହେଉଛି l

new life
You might also like
error: Content is protected !!