ବୟସ ୭୦ ଛୁଇଁବ ଦେହରେ ଜୁ ନାହିଁ କାମ କରିବା ପାଇଁ ତାପର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା। ଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଞ୍ଚାୟତ ଅନଳ ଗାଁ ର ଡଲି ସାହୁ, ବୟସ ୬୯।
ସରକାର ଷାଠିଏ ବର୍ଷ ହେଲେ ଭତ୍ତା ଦେବାକୁ ବ୍ୟବସ୍ଥା କରିଥିଲେ ସୁଦ୍ଧା ଡଲିଙ୍କ ପରି ଅନେକ ବୃଦ୍ଧା ତଥା ବୃଦ୍ଧ ଏ ସୁବିଧା ସଠିକ ସମୟରେ ପାଇ ପାରୁ ନାହାଁନ୍ତି। ଭତ୍ତା ପାଇଁ ଦରଖାସ୍ତ ଦେଇ ନାହାଁନ୍ତି କହି ସରକାରୀ ବାବୁମାନେ ନିଜ ମୁଣ୍ଡରୁ ଦାୟିତ୍ବ ଓହ୍ଲାଇ ଦେଉଛନ୍ତି। ଡଲିଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେଲେ ବାକି ଜୀବନ ପାଇଁ ସହାୟକ ହୋଇ ପାରନ୍ତା।