ବ୍ରାହ୍ମଣ ପୂଜା କରିବା ସମୟରେ ବସ୍ତ୍ର ନଥିଲେ ସୂତା ଦ୍ଵାରା କାମ ଚଳାଇ ଦିଅନ୍ତି ଠିକ୍ ଏହି ପରି ଏକ ଦୃଶ୍ୟ ଢେଙ୍କାନାଳ ସଦର ବ୍ଲକ ତରଭା ଗାଁ ରେ ଦେଖିବାକୁ ମିଳିଛି ।
ତରଭା ଗାଁର ପାଟଣା ସାହିକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଖୁଣ୍ଟ ବଦଳରେ ଗଛ ସହାୟତା ଦିଆଯାଇଛି। ଟ୍ରାନ୍ସଫର୍ମରରୁ ତାର ଗଛରୁ ଗଛ ଦେଇ ଦିଆଯାଇଥିବା ଦେଖାଯାଇଛି।
ନିକଟରେ ମନ୍ଦିର ଅଛି। ତେଣୁ ଏ ସ୍ଥାନଟି ଗାଁ ର ବ୍ୟସ୍ତ ବହୁଳ ସ୍ଥାନ କହିଲେ ଚଳେ। ପ୍ରତିଦିନ ଅନେକ ଲୋକ ଚଳପ୍ରଚଳ ସ୍ବଭାବିକ କଥା। ବିଜୁଳି ତାର ଯେପରି ଗଛର ସହାୟତାରେ ଝୁଲୁଛି କେଉଁ ଦିନ ବିପଦ ନ ଘଟିବ ତାକୁ ଏଡାଇ ଦିଆଯାଇନପାରେ।
ଏ ସମ୍ପର୍କରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ନିଜର ଦାୟିତ୍ଵ ସଠିକ୍ ଭାବରେ କରିବା ଯୋଗୁଁ ଏହି ପରି ଅନେକ ସମସ୍ୟା ଏବେ ଜିଲ୍ଲାରେ ଦେଖିବାକୁ ମିଳୁଛି।