News
WhatsApp Image 2023-10-04 at 17.25.00
samparksetu

ଅନେକ ଅଭିଯୋଗ ପରେ ମଧ୍ୟ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନି ଭତ୍ତା

କାହାର ଛଅଟି ଆଙ୍ଗୁଠି ଥିଲାବେଳେ ଭତ୍ତା ମିଳୁଛି ତ କାହାର ଆଖିର ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ। ଏପରି ଘଟଣା ଦୃଷ୍ଟିକୁ ଆସିଛି ତୁମୁଁସିଙ୍ଗା ପଞ୍ଚାୟତରେ। ଗୋଟିଏ କି ଦୁଇଟି ନୁହେଁ ଅନେକ ହିତାଧିକାରୀ ମିଥ୍ୟା ସତ୍ୟପାଠ ଦ୍ବାରା ଭିନ୍ନକ୍ଷମ ଭତ୍ତା ହାତେଇଛନ୍ତି। ଏହାର ତଦନ୍ତ କଲେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିପାରିବ।

ଅନ୍ୟପଟେ ଏହି ପଞ୍ଚାୟତର ଧୋବାବାହାଳୀ ଗାଁ ର କାଗ ନାଏକ ଆଧାରରେ ବୟସ ୪୫ କିନ୍ତୁ ତାଠାରୁ ଅଧିକ ବୋଲି ସାହିପଡିଶା ଲୋକ କହନ୍ତି। ଆଖିକୁ ତାଙ୍କର ଭଲରେ ଦେଖା ଯାଉନାହିଁ। ଘରେ ତାଙ୍କର ସ୍ବାମୀ ନୀଳମଣି ବେହେରା ଓ ସେ। ସ୍ବାମୀଙ୍କ ବୟସ ବି ୬୦ରୁ ଅଧିକ ହେଲେ ଭୋଟର ତାଲିକାରେ କମ ଥିବା ହେତୁ ଭତ୍ତା ପାଇବାରୁ ବଞ୍ଚିତ। ଏ ବୟସରେ ଛେଳି ଚରାଇ ଜୀବନ ନିର୍ବାହ କରୁଛନ୍ତି। ସନ୍ତାନ କହିଲେ ଝିଅ ତିନି ଜଣେ, ସମସ୍ତେ ବିବାହିତ। ଗରିବ ଶ୍ରେଣୀର ହୋଇଥିବାରୁ ନିଜ ପରିବାର ସମ୍ଭାଳୁ ସମ୍ଭାଳୁ ଦିନ ଯାଉଛି। ବାପାମାଆଙ୍କ କଥା ପଚାରେ କିଏ!

କାଗ ଭତ୍ତା ପାଇଁ ଅନେକ ଥର ଦରଖାସ୍ତ ପଠାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ତୁରନ୍ତ ଏହି ଅଭାବି ଭିନ୍ନକ୍ଷମ ମହିଳାଙ୍କୁ ଭତ୍ତା ଯୋଗାଇ ଦେବାକୁ ଅନୁରୋଧ।

new life
You might also like
error: Content is protected !!