News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଞ୍ଚାୟତ ଅନଳ ଗାଁ ର ଡଲି ସାହୁ ଙ୍କୁ ୭୦ ଛୁଇଁବ , ଦେହରେ ଜୁ ନାହିଁ କାମ କରିବା ପାଇଁ ତାପର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା।

ସରକାର ଷାଠିଏ ବର୍ଷ ହେଲେ ଭତ୍ତା ଦେବାକୁ ବ୍ୟବସ୍ଥା କରିଥିଲେ ସୁଦ୍ଧା ଡଲିଙ୍କ ପରି ଅନେକ ବୃଦ୍ଧା ତଥା ବୃଦ୍ଧ ଏ ସୁବିଧା ସଠିକ ସମୟରେ ପାଇ ପାରୁ ନାହାଁନ୍ତି। ଭତ୍ତା ପାଇଁ ଦରଖାସ୍ତ ଦେଇ ନାହାଁନ୍ତି କହି ସରକାରୀ ବାବୁମାନେ ନିଜ ମୁଣ୍ଡରୁ ଦାୟିତ୍ବ ଓହ୍ଲାଇ ଦେଉଛନ୍ତି। ଏହି ଘଟଣା ଗତ ନଭେମ୍ବର ୨୮ ରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା ।

ତେବେ ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ତାଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଯାଇଛି ।

new life
You might also like
error: Content is protected !!