News
WhatsApp Image 2023-10-04 at 17.25.00
samparksetu

କରୋନା ଛଡ଼ାଇନେଲା ଜୀବିକା, ଦିନେ ସିନେମାରେ ଦେଉଥିଲେ ନିର୍ଦ୍ଦେଶନା ଆଜି ସାଜିଛନ୍ତି ମିଶ୍ଚର ବ୍ୟବସାୟୀ

ଲାଇଟ କ୍ୟାମେରା ଆକ୍ସନ ର ଦୁନିଆ ଗ୍ଲାମର ର ଦୁନିଆ ମାୟାନଗରୀ ରୁ ଦ୍ୱୈତ ନଗରୀ ସବୁଠେ ଗ୍ଲାମର ର ଝଲକ । ସାଧାରନ ଜୀବନଠାରୁ ଟିକେ ଦୂର । କାହାପାଇଁ କଣ୍ଟ୍ରାଷ୍ଟ  କାହାପାଇଁ ସ୍ବପ୍ନ । ତେବେ କରୋନା କାୟାରେ ହଜିଯାଇଛି ଗ୍ଲାମର ଦୁନିଆ । ସତେଯେପରି ଫେରିଯାଇଛେ ସେହି ପୁରାତନ ଦୁନିଆକୁ । କାହାର ଜୀବିକା ଯାଇଛି ତ କିଏ ପେଟପାଟଣା ପାଇଁ ଅନ୍ୟ ରାସ୍ତା ବାଛି ନେଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ ।

ସିନେମା ନିର୍ଦ୍ଦେଶନା ଦେବା କଳାକୁ ପେସାରୁପେ ଗ୍ରହଣ କରି ସିନେମା ଓ ଆଲବମ ନିର୍ଦ୍ଦେଶନା ଦେଇ ଭଲ ଦି ପଇସା ରୋଜଗାର କରୁଥିଲେ ହେଲେ କୋଭିଡ଼  ଯୋଗୁଁ ସିନେମା ରିଲିଜ ହୋଇନପାରିବାରୁ ନିର୍ଦ୍ଦେଶକ ଏବେ ସହର ରାସ୍ତାରେ ବସି ମିଶ୍ଚର ବ୍ୟବସାୟ କରୁଛନ୍ତି ।

ଢେଙ୍କାନାଳ ସହର ଉପକଣ୍ଠ ଇନ୍ଦିପୁର ଗ୍ରାମର ରାଜେନ୍ଦ୍ର ପ୍ରସାଦ । ପିଲାଟି ଦିନରୁ କଳା ପ୍ରତି ତାଙ୍କର ଆଗ୍ରହ ର ସୀମା ଆସିମିତ ।  ହାଇଦ୍ରାବାଦରେ ମୁଲଲାଗି ସିନେମା ପାଠ ପଢିଥିଲେ । ଏହାପରେ ସେ ସିନେମା ନିର୍ଦ୍ଦେଶକ ହୋଇ ବହୁ ସିନେମା ସହ ଭଜନ ଓ ଆଧୁନିକ ସଙ୍ଗୀତ ସହ ବିଭିନ୍ନ  ଘରୋଇ ଚ୍ୟାନେଲ ରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି  । ହେଲେ କରୋନା ସାଜିଲା ବାଧକ ଠପ ହୋଇଗଲା ସିନେମା ଜଗତ । ତେବେ ପରିବାର ପେଟପାଟଣା ନିମନ୍ତେ ରାଜେନ୍ଦ୍ର ଏକ ମିଶ୍ଚର ଫ୍ୟାକ୍ଟ୍ରିକରି ମିଶ୍ଚର ବ୍ୟବସାୟ କରୁଛନ୍ତି ।


ତେବେ ଅପେକ୍ଷା ରେ ଅଛନ୍ତି ଫୁଣି ଦିନେ ସେଇ କ୍ଳାପବୋର୍ଡ ସାଉଣ୍ଡ ବାଜିବ ତାଙ୍କ ନିର୍ଦ୍ଦେଶନା
ର ତାଳେତାଳେ କ୍ୟାମେରାର ତୁଳୀରେ କେତେ ଯେ ସିନେମା ରଚନା ହେବ ।

new life
You might also like
error: Content is protected !!