News
WhatsApp Image 2023-10-04 at 17.25.00
samparksetu

ପିଲାଟି ଦିନରୁ ଦେଶପ୍ରତି ଥିଲା ଭଲପାଇବା, ରୁଷିଆରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ଢେଙ୍କାନାଳ ପୁଅ ଅଭିଷେକ

ଦେଶଭକ୍ତି ଦେଶ ପ୍ରତି ଅହେତୁକ ଭଲପାଇବା ପିଲାଟି ଦିନରୁ ଯେପରି ତାଙ୍କ ଆତ୍ମାରେ ରେ ହିଁ ରହିଯାଇଥିଲା । ଦେଶ ସୁରକ୍ଷା ପାଇଁ ୟୁନିଫର୍ମ ପ୍ରତି ପାଗଳ ଥିଲେ ଅଭିଷେକ ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ଚିନ୍ତାପୋଖରୀ ଗ୍ରାମର ପ୍ରମୋଦ କୁମାର ମହାନ୍ତି ଏବଂ ସସ୍ମିତା ମହାନ୍ତିଙ୍କ ପୁଅ ଅଭିଷେକ ମହାନ୍ତି । ପିଲାଟି ଦିନରୁ ଥିଲା ଦେଶଭକ୍ତି ର ମହକ ରୁଷିଆ ୟୁଥ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ହେଉ ବା ୨୦୧୮ ମସିହାରେ ରାଜପଥରେ ସବୁଠେ ନିଜ ଦେଶଭକ୍ତି ପାଇଁ ଚର୍ଚ୍ଚିତ ଥିଲେ ଅଭିଷେକ ।

ତେବେ ଏଭଳି ଏକ ବ୍ୟକ୍ତିତ୍ୱ ଆମ ଜିଲ୍ଲା ପାଇଁ ସାଉଁଟିଛନ୍ତି ଅସିମିତ ଗର୍ବ ଓ ଗୌରବ । ତେବେ ଏନେଇ ଅଭିଷେକ ଯାହା କୁହନ୍ତି ।

ଶିଶୁ ଥିବା ସମୟ ରୁ ହି ବରଦି ପିନ୍ଧିକି ଦେଶ ର ସୁରକ୍ଷା ନିମନ୍ତେ କାମ କରିବାକୁ ବହୁତ ଆଗ୍ରହ ଥିଲା । ତେଣୁ ଯୁକ୍ତ ଦୁଇ ପାଠ ପଢା ଡି.ଏ.ଭି ପୁବ୍ଲିକ ସ୍କୁଲ ଏମ.ସି.ଏଲ କଳିଙ୍ଗ କୋଲନି ରୁ ସାରି ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକ ରେ ନାମ ଲେଖେଇଲି । ସେଠାରେ ଆଡ଼ମିଶନ ପରେ ଏନ.ସି.ସି ବିଷୟରେ ଜଣେ ସିନିୟରଙ୍କ ଠାରୁ ଜାଣିବାକୁ ପାଇଲି । କେହି ଜଣେ ରାଜପଥ ରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ପରେଡ଼ ବିଷୟରେ ଚର୍ଚ୍ଚା କରିଥିଲେ । ଘରେ ବାବା ଆଉ ମାମା ଙ୍କ ପୁର୍ଣ ସହମତି ରେ ଏନ ସି ସି ରେ ୧ନଂ ବାଟାଲିୟନ କଟକ ରେ ଯୋଗ ଦେଲି ଏବଂ ଗୋଟିଏ ପରେ ଗୋଟିଏ ସୋପାନ ପାର କରି ଆଗକୁ ବଢି ପାରିଲି । ଆରମ୍ଭ ରେ ବହୁତ କଷ୍ଟଦାୟକ ଟ୍ରେନିଂ ଥିଲା କିନ୍ତୁ ମୋ ଜୀବନ ରେ କିଛି ବ୍ୟକ୍ତି ମାନେ ମତେ ସେହି ସମୟ ରେ ବହୁତ ପ୍ରେରଣା ଦେଇଥିଲେ । ବାବା, ମାମା, ଲେଫ୍ଟିନାଣ୍ଟ କର୍ନେଲ ଆଶିଷ ସହସମଲ ଯିଏ ମୋ କମାନ ଅଧିକାରୀ ଥିଲେ, ମୋର ଅତି ଘନିଷ୍ଠ ବନ୍ଧୁ ଅୟୁସି ମିଶ୍ର ଏମାନେ ସମସ୍ତେ ମତେ ବହୁତ ପ୍ରେରିତ କରିଥିଲେ । ଦିଲ୍ଲୀ ପେରେଡ଼ ୨୦୧୮, ଇଣ୍ଡିଆନ ମିଲିଟାରୀ ଏକାଡେମୀ ଦେରଦୂନ କ୍ୟାମ୍ପ ୨୦୧୮, ଇଉଥ ଏକ୍ସଚେଞ୍ଜ ପ୍ରୋଗ୍ରାମ, ୠଷିଆ ୨୦୧୮ ରେ ସଫଳତା ଭାବରେ ଭାଗ ନେଲା ପରେ ନଭେମ୍ବର ସେହି ବର୍ଷ ରେ ରାଜ୍ୟପାଳ ପୁରସ୍କାର ମଧ୍ୟ ପାଇଥିଲି । ଅକ୍ଲାନ୍ତ ପରିଶ୍ରମ, ଦୃଢ ମନୋବଳ ଏବଂ ଗୁରୁଜନ ମାନଙ୍କ ଆଶୀର୍ବାଦ ଯୋଗୁ ମୁଁ ଜୀବନ ରେ କିଛି କରିପାରିଛି ଏବଂ ଆଗାମୀ ସମୟ ରେ ଭାରତୀୟ ସେନା ରେ ଅଧିକାରୀ ଭାବେ ନିଜ ଦେଶ କୁ ସେବା କରିବାକୁ ଚାହୁଁଛି ।

ମଣିଷ ଜୀବନ ରେ ସବୁଠାରୁ ବଡ଼ ହଉଛି ତା ବର୍ତମାନ । ଭୁତପୂର୍ବ କେବେ ଫେରିନି ଏବଂ ଭବିଷ୍ୟ କେହି ଦେଖିନାହାନ୍ତି ତେଣୁ ଯଦି ବର୍ତମାନ କୁ ଭଗବାନ ଓ କର୍ମ କୁ ଆଶୀର୍ବାଦ ମାନି ଚାଲନ୍ତି, ଦୁହେଁ ଭୁତ ପୂର୍ବ ଓ ଭବିଷ୍ୟ ରେ କୌଣସି କଥା ର ଦୁଃଖ ରହିବନି। ନିଜ ଉପରେ ଭରସା ରଖିବା ନିହାତି ଜରୁରୀ କାରଣ ଆତ୍ମବିଶ୍ବାସ ହି ମନୀଷ ର ସବୁଠାରୁ ବଡ ଶକ୍ତି ବୋଲି କହିଛନ୍ତି ଅଭିଷେକ ।

ତେବେ ଅଭିଷେକ ଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଜିଲ୍ଲା ପାଇଁ ଅସିମିତ ଗର୍ବ ଗୌରବ ସାଉଁଟି ଥିବାରୁ ତାଙ୍କୁ ଅଶେଷ ଅଭିନ୍ଦନ ଏବଂ ଶୁଭେଚ୍ଛା ।

new life
You might also like
error: Content is protected !!