News
WhatsApp Image 2023-10-04 at 17.25.00
samparksetu

ପ୍ରେମ ପ୍ରତିଶ୍ରୁତି ଏବଂ ତାପରେ ପ୍ରତାରଣା ଶେଷରେ କନ୍ୟା ସନ୍ତାନ ଜନ୍ମ

ପ୍ରେମ ପ୍ରତିଶ୍ରୁତି ଏବଂ ତାପରେ ପ୍ରତାରଣା ଶେଷରେ କନ୍ୟା ସନ୍ତାନର ଜନ୍ମ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଞ୍ଚଳରେ । ରାସୋଳ ଥାନା ଗିରିଧରପ୍ରସାଦ ଗ୍ରାମର ଜଣେ ଆଦିବାସୀ ବାଳିକାକୁ ସେହି ଗ୍ରାମର ଚନ୍ଦନ ବେହେରାଙ୍କ ପୁଅ ସୁନିଲ ଭଲ ପାଉଥିଲା । ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ମଧ୍ୟ ରଖିଥିଲା । ଧୋକା ଦେଇ ସ୍ତ୍ରୀ ଭାବେ ଗ୍ରହଣ କରିବା ତ ଦୂରର କଥା ବରଂ କାହାକୁ ନକହିବାକୁ ଧମକ ଦେଇଥିଲା । ଶେଷରେ ନାବାଳିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି l

ଏ ନେଇ ଯୁବତୀଙ୍କ ମା ଗତ ଅକ୍ଟୋବର ୧୩ ତାରିଖ ରେ ରାସୋଳ ଥାନାରେ ଏକ କେସ୍ କରିଥିବା ବେଳେ ପୋଲିସ୍ କୌଣସି ପଦକ୍ଷେପ ନନେବାରୁ ନଭେମ୍ବର ୩ ତାରିଖ ରେ ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ହେଲେ ଏଯାଏଁ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ୍ । ହେଲେ ପୋଲିସ କେବେ ପ୍ରେମିକକୁ ଗିରଫ କରୁଛି ଆଉ ପ୍ରେମିକା ଓ ତାର ନବଜାତଙ୍କ ନ୍ୟାୟ ପାଉଛି ଦେଖିବାକୁ ବାକି ରହିଲା l

new life
You might also like
error: Content is protected !!