News
WhatsApp Image 2023-10-04 at 17.25.00
samparksetu

ଜୀବନ ଯନ୍ତ୍ରଣାରେ ଛଟପଟ ଦୁଇ ବିଧବା ମହିଳା ଓ ଝିଅ

ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କୀର୍ତନପୁର ଗ୍ରାମର ବେଙ୍ଗ ବେହେରା, ବୟସ ୬୬ବର୍ଷ, ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରି ବଞ୍ଚୁଥିବା ସ୍ୱାମୀ ବାବୁଆଙ୍କର ଗତ ଦୁଇ ବର୍ଷ ହେଲା ଦେହାନ୍ତ ହେଲାଣି। ବାବୁଆଙ୍କର ଦୁଇ ପତ୍ନୀ ମଧ୍ୟରେ ବେଙ୍ଗ ବଡ଼। ତାଙ୍କ ଔରସରୁ କୌଣସି ସନ୍ତାନ ନାହିଁ। ଦ୍ବିତୀୟ ପତ୍ନୀ ଖୁଲଣାଙ୍କର ମଧ୍ୟ ପୁଅ ନଥିବାରୁ ପରିବାର ଏବେ ପୁରୁଷଶୂନ୍ୟ। ବ୍ଲକ କିମ୍ବା ପଞ୍ଚାୟତକୁ ଯାଇ ନିଜର ଅସୁବିଧାକୁ ଜଣାଇବାକୁ ପରିବାରରେ କେହି ନାହିଁ। ସରକାରୀ ବାବୁଙ୍କ ଦୃଷ୍ଟିର ଆଢୁଆଳରେ ରହିଯାଇଛନ୍ତି ବେଙ୍ଗ ଓ ଖୁଲଣା ସହ ତାଙ୍କର ଝିଅ ବେବିନା।

ସରକାରୀ ବ୍ୟବସ୍ଥାର କୌଣସି ସୁବିଧା ତାଙ୍କ ପାଇଁ ହୋଇଛି ଅପହଞ୍ଚ। ନା ଅଛି ବାର୍ଦ୍ଧକ୍ୟ ଭତ୍ତା ନା ସେମାନେ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ।

ବେଙ୍ଗ ଜଣେ ମାନସିକ ଅନଗ୍ରସର ମହିଳା ମଧ୍ୟ। ଏହା ସତ୍ୱେ ଭିନ୍ନକ୍ଷମ ତାଲିକା ଭୁକ୍ତ ହୋଇପାରିନାହାନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ରକ୍ଷଣାବେକ୍ଷଣ ନହୋଇ ପରିବାରୁ ଝାଟିମଟି ଘର ଖଣ୍ଡିକ ଭାଙ୍ଗିଯାଇଛି। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଭୁଷଳ ଗାଁ ରେ ନଣନ୍ଦେଇଙ୍କ ଘରେ ଆଶ୍ରୟ ନେଇଛନ୍ତି।

ପିଉସା କାମଦାମ କରିବା ପାଇଁ ଗଦିଆ ଅଂଚଳର ବଣସିଂ ଅଞ୍ଚଳରେ ପରିବାର ଧରି ରହୁଥିବାରୁ ତାଙ୍କ ଭୂଷଳ ଘରେ ଆଶ୍ରୟ ନେଉଛୁ ବୋଲି କହନ୍ତି ଝିଅ ବେବିନା। ଝିଅ ବେବିନା ଉପରେ ଦୁଇ ମାଙ୍କର ଦାୟିତ୍ୱ। ନିଜର ଚାଷ ଜମି ନଥିବାରୁ ଅନ୍ୟର ଛେଳି ଚରାଇ ସାବତ ମା ବେଙ୍ଗଙ୍କ ପାଇଁ ଔଷଧ ଯୋଗାଡ଼ କରି ମାଙ୍କୁ ସୁସ୍ଥ କରିବା ସମ୍ଭବ ହୋଇ ପାରୁନି ବୋଲି ଅତ୍ୟନ୍ତ ଦୁଃଖରେ କହନ୍ତି ବେବିନା।
ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

new life
You might also like
error: Content is protected !!