News
WhatsApp Image 2023-10-04 at 17.25.00
samparksetu

ଦୋକାନ ସର୍ଟର ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ମଦ

ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ଏକ ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତ୍ରିରେ ଲୁଟ ହୋଇଛି । ଲୁଟେରାମାନେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଲୁଟି ନେଇଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଗଁଦିଆ ସ୍ଥିତ ଏକ ବିଦେଶୀ ମଦ ଦୋକାନର ସର୍ଟର ତାଲା ତାଡି ଦୋକାନ ଭିତରକୁ ପଶି । ଲୁଟେରା ମାନେ ଦୋକାନ ଭିତରୁ ପ୍ରାୟ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଲୁଟିନେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଦୋକାନରେ ଥିବା ୧୫ ହଜାର ଟଙ୍କା ନେଇ ଯାଇଥିବା ବେଳେ କ୍ୟାଶ ଡ୍ରୟରକୁ ବାହାରେ ଫୋପାଡ଼ି ଦେଇଥିବାର ସୂଚନା ମିଳିଛି ।ଖବର ପାଇ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ଏସଡ଼ିପିଓ ଓ ପୋଲିସ ଫରେନସିକ ଟିମ ସହ ଅନୁସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ କରୁଛି ।

new life
You might also like
error: Content is protected !!