News
WhatsApp Image 2023-10-04 at 17.25.00
samparksetu

କପିଳାସ ଅଭୟାରଣ୍ୟ କୁ ଜଗିବ କ୍ୟାମେରା

କପିଳ।ସ ଅଭୟାରଣ୍ୟରୁ ଶିକାରୀ ମାନଙ୍କ ଦୌରାତ୍ମ୍ୟ ବଢିବାକୁ ଲାଗିଛି । ଜଙ୍ଗଲ ମାଫିଆ ଙ୍କ କଳାକାରନାମା ପଦାରେ ପଡିଛି । ତେବେ ମାଫିଆଙ୍କୁ ଧରପଗଡ଼ ପାଇଁ ନୂଆ ଯୋଜନା ଆରମ୍ଭ କରିଛି ଢେଙ୍କାନାଳ ବନ ନିଭାଗ ।

କପିଳ।ସ ଅଭୟlରଣ୍ୟର ଇଞ୍ଚେ ଇଞ୍ଚେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଶହେ କ୍ୟାମେରା ମାଗିଛି ଵନ ବିଭାଗ । ପୁରା କପିଳ।ସ ଅଭୟାରଣ୍ୟକୁ କ୍ୟାମେରା ଲେନ୍ସରେ ନଜର ବନ୍ଦୀ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।

ଉଲେଖଯୋଗ୍ୟ କି , ୧୩୫ ଵର୍ଗ କିଲୋମିଟର ବ୍ୟାପ୍ତ କପିଳାସ ଅଭୟାରଣ୍ୟ କୁ ପ୍ରତି ୨କିମି ଅଞ୍ଚଳକୁ ନେଇ ଗୋଟିଏ ଗୋଟିଏ ଜୋନ କରାଯାଇ ୬୦ ଭାଗ କରାଯାଇଛି । ସବୁ ଜୋନ କୁ ସୁରକ୍ଷା ଦେବା ପାଇଁ ଗୋଟିଏ ଗୋଟିଏ କ୍ୟାମେରା ଖଞ୍ଜା ଯିବ । ଜଙ୍ଗଲକୁ କିଏ କେତେବେଳେ ପ୍ରବେଶ କଲା ତାହା କ୍ୟାମେରା ଉତ୍ତୋଳନ କରିବ ।

କ୍ୟାମେରା କୁ ନେଇ ପିସିସିଏଫଙ୍କୁ ଚିଠି ଲଖିଛି ବନ ବିଭାଗ । ମାର୍ଚ୍ଚ ମାସ ସୁଦ୍ଧା କ୍ୟାମେରା ମିଳିବାର ଆଶା ରଖିଛି ବନ ବିଭାଗ । ଏଥିରେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । କ୍ୟାମେରା ସହ ଜଙ୍ଗଲ ଭିତରେ ୱ।ଚ୍ ଟାୱାର ତିଆରି କରାଯାଇ ଜଙ୍ଗଲ ଉପରେ ନିରୀକ୍ଷଣ କରାଯିବ ।

new life
You might also like
error: Content is protected !!