News
WhatsApp Image 2023-10-04 at 17.25.00
samparksetu

ସରକାରୀ ଯୋଜନା ରୁ ବଞ୍ଚିତ ଦିବ୍ୟାଙ୍ଗ ରାହୁଲ

ମୂଲ ନଲାଗିଲେ ଭୋକ ଉପାସରେ ଶୋଇବାକୁ ପଡେ। ତେବେ ଦଇବ ଦେଇଛି ଅସରନ୍ତି ଦୁଃଖ, ଦେଖିଲେ ଆଖିରୁ ଲୁହ ଝରି ପଡିବ। ଗୋଟିଏ ବୋଲି ସନ୍ତାନ ସେ ପୁଣି ଭିନ୍ନକ୍ଷମ। ବାପା ମା ବିନା କୌଣସି କାମ ନିଜେ କରିବାକୁ ଅକ୍ଷମ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁ ର ଆଦିବାସୀ ସମ୍ପ୍ରଦାୟର ଟିପୁ ଦେହୁରୀ(୪୦) ଙ୍କ ଗୋଟିଏ ବୋଲି ପୁଅ ରାହୁଲ (୧୧ ) ।

ଜନ୍ମରୁ ଦିବ୍ଯାଙ୍ଗ ରାହୁଲ ର ଚିନ୍ତାରେ ଭାଙ୍ଗି ପଡିଛନ୍ତି ଟିପୁ। ଦିନ ମଜୁରୀଆ ଭାବେ ପରିବାର ଚଳାଇବା ସହ ପୁଅର ବୋଝ ସମ୍ଭାଳିବା ବଡ କଷ୍ଟକର ହୋଇ ପଡ଼ିଲାଣି। ଚାଉଳ ୧୫ କିଲୋ ବ୍ୟତୀତ ଅନ୍ୟ କିଛି ସହାୟତା ମିଳେନାହିଁ।

ପୁଅର ଭିନ୍ନକ୍ଷମ ସାର୍ଟିଫିକେଟ ଥାଇ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ। ପୁଅର ଭତ୍ତା ସହ ଅନ୍ତୋଦୟ ଯୋଜନାରେ ସାମିଲ କରାଗଲେ ଉପକୃତ ହୋଇପାରନ୍ତେ ବୋଲି ସେ କୋହ ଭରା କଣ୍ଠ ରେ ଜଣାଇଛନ୍ତି। ତେବେ ତାଙ୍କୁ ଦିଆ ଯାଇଥିବା ଟ୍ରାଇ ସାଇକେଲ ଟି ମଧ୍ୟ ଭଗ୍ନ ଅବସ୍ଥାକୁ ଆସିଲାଣି ।

ଏ ସମ୍ପର୍କରେ ଆମେ କଣ୍ଟାପାଳ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ଜାଣିବାକୁ ପାଇଲୁ ୨ ବର୍ଷ ହେଲା ଭତ୍ତା ପାଇଁ ଦରଖାସ୍ତ ସେ ଦେଇଛନ୍ତି ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ରାହୁଲ ଭତ୍ତା ପାଇବାରୁ ବଞ୍ଚିତ ।

new life
You might also like
error: Content is protected !!