News
WhatsApp Image 2023-10-04 at 17.25.00
samparksetu

ଓଡ଼ିଶାରେ କରୋନା ଟିକାକରଣ ପ୍ରସ୍ତୁତି ଆରମ୍ଭ: ଜାଣନ୍ତୁ କେଉଁ ମାନଙ୍କୁ ଦିଆଯିବ ପ୍ରାଥମିକତା

ଓଡିଶାରେ ହେବାକୁ ଥିବା ଟିକାକରଣ କେନ୍ଦ୍ର ପାଇଁ ହେଉଛି ବ୍ଲୁପ୍ରିଣ୍ଟ । ବ୍ଲୁପ୍ରିଣ୍ଟ ଅନୁଯାୟୀ ଟିକା ଦିଆଯିବା ସ୍ଥାନରେ ୩ଟି ରୁମର ବ୍ୟବସ୍ଥା କରାଯିବ । ଯେଉଁମାନେ ଟିକା ନେବାକୁ କେନ୍ଦ୍ରକୁ ଆସିବେ ସେମାନେ ଏହି ତିନୋଟି ରୁମ ଦେଇ ଯିବାକୁ ପଡିବ । ପ୍ରଥମେ ପ୍ରେକ୍ଷାଳୟରେ ଅପେକ୍ଷା କରିବେ, ତାପରେ ଟିକାକରଣ ହେଉଥିବା ରୁମକୁ ଯାଇ ସେମାନଙ୍କର ପରିଚୟ ପତ୍ରର ଯାଂଚ କରାଇବେ ଏବଂ ସେହିଠାରେ ଟିକା ନେବେ । ଶେଷରେ ଟିକା ନେଇଥିବା ଲୋକଙ୍କୁ ଏହି କୋଠରୀକୁ ଅଣାଯିବ । ଏଠାରେ ତାଙ୍କୁ ୩୦ ମିନିଟ୍ ନିରୀକ୍ଷଣରେ ରଖାଯିବ । କିଛି ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ନପାଇଲେ ସେମାନଙ୍କୁ ସାର୍ଟିଫିକେଟ ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦେବା ପାଇଁ ୨୯ ହଜାର ୨୭୬ଟି ଟିକାକରଣ ସ୍ଥାନ ଚିହ୍ନଟ କରାଯାଇଛି

– ଏଥିପାଇଁ ୮୨୭୬ ଜଣ ଟିକାକର୍ମୀ ନିୟୋଜିତ ହେବେ

– ୧୨୨୨ କୋଲ୍ଡ ଚେନ୍ ପ୍ରସ୍ତୁତ  କରାଯାଇଛି

– ଟିକା ନେବା ଆଣିବା ପାଇଁ ଆଇଏଲଆର ୧୭୯୬ ଓ ୧୭୭୧ଟି ଡିଫ୍ରିଜର ବ୍ୟବସ୍ଥା ହୋଇଛି ।

– ଗୋଟିଏ ରାଜ୍ୟସ୍ତରୀୟ  ଟିକାକରଣ ଷ୍ଟୋର ଥିବାବେଳେ ୯ଟି ଆଂଚଳିକ ଓ ୩୨ଟି ଜିଲ୍ଲା ସ୍ତରୀୟ ଷ୍ଟୋର ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

କେମିତି ଟିକାକରଣ କରାଯିବ ଏଥିପାଇଁ ସୋମବାର ନିର୍ଦ୍ଦେଶାବଳୀ ଜାରି କରିଥିେଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ :

– ଯେଉଁମାନେ ଟିକା ନେବେ ସେମାନଙ୍କୁ ଆଗୁଆ ପଞ୍ଜିକରଣ କରିବାକୁ ପଡିବ

– ସ୍ପଟରେ ପଞ୍ଜିକରଣ ହେବ ନାହିଁ

– ପରିଚୟପତ୍ର ଦେଖାଇ ଆଗୁଆ ପଞ୍ଜିକରଣ କରିବାକୁ ପଡିବ

– ଗୋଟିଏ ସେଣ୍ଟରରେ ଶହେରୁ ଦୁଇ ଶହ ଲୋକଙ୍କୁ ଟିକା ଦିଆଯିବ

ଦେଶରେ ଏବେ ୬ଟି ଟିକା କ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟରେ ଅଛି । ଏବଂ ଆମେରିକାର ଫାଇଜର, ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତୀୟ କମ୍ପାନୀ ଭାରତ ବାୟୋଟେକର କୋଭାକ୍ସିନ ଜରୁରୀକାଳିନ ବ୍ୟବହାର ପାଇଁ ଭାରତ ସରକାରଙ୍କ ଅନୁମତି ମାଗିଛି ।

new life
You might also like
error: Content is protected !!