News
WhatsApp Image 2023-10-04 at 17.25.00
samparksetu

କାଳିଆର ହତ୍ୟାକାରୀକୁ ଗିରଫ କଲା ପୋଲିସ୍, ଜାଣନ୍ତୁ କିଭଳି ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ

ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଶିଶୁ ମୃତ୍ୟୁ ଘଟଣା , ପୋଲିସ ହାତରେ କାଳିଆର ହତ୍ୟାକାରୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋମଳ ଶିଶୁକୁ ଶ୍ୱାସରୁଦ୍ଧ କରି ମାରିଦେଲା  ପଡୋଶୀ ମହିଳା  ।

୧୬ ଡିସେମ୍ବର ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚନ୍ଦନ ସାହୁଙ୍କ  ପୁଅ କାଳିଆ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପରିବାର ଲୋକେ କାଳିଆର ଖୋଜ ଖବର ପାଇ ନ ଥିଲେ ।


ତେବେ ନିଖୋଜ ହେବାର ୧୨ ଘଣ୍ଟା ପରେ ଗତକାଲି ସକାଳୁ ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଥିଲା । ଶିଶୁଟିକୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ।   ଉକ୍ତ କୂଅ ନିକଟକୁ କିପରି କାଳିଆ ଗଲା। କିଏ ତାକୁ ମାରି ଫିଙ୍ଗି ଦେଇଛି ନା ସେ ନିଜେ କୂଅରେ ପଡ଼ି ଯାଇଥିଲା, ଏ ଦେଗିରେ ତଦନ୍ତ ଆରମ୍ଭ କରିଦେଇଥିଲା ଢେଙ୍କାନାଳ ପୋଲିସ୍ । 

ପ୍ରତୀକ୍ଷାର ଘଟିଥିଲା ଅନ୍ତ,  ପଡ଼ିଶାଘରର ମହିଳା ଭାରତୀ ସାହୁକୁ ଗୀରଫ କରିଛି ପୋଲିସ । ତେବେ କାଳିଆକୁ ହତ୍ୟା କରିଥିବାର ସ୍ୱିକାର କରିଛନ୍ତି ନିଜେ ଭାରତୀ ।

ସୂଚନା ଅନୁଯାୟୀ ଘଟଣା କାଳିଆ ଏକୁଟିଆ ଖେଳୁଥିବାର ଭାରତୀ ଦେଖିବାକୁ ପାଇଥିଲା ।  ଏହାର ସୁଯୋଗ ନେଇ କାଳିଆକୁ ଭାରତୀ ଟେକି ନେଇଥିଲେ । ଶ୍ୱାସରୁଦ୍ଧ କରିବା ପରେ ଆଖ ପାଖରେ କେହି ନଥିବା ସମୟରେ କୂଅରେ ଫିଙ୍ଗି ଦେଇଥିଲା ।  ତେବେ ପାରିବାରିକ ଶତ୍ରୁତାକୁ ନେଇ ଭାରତୀ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକାରୀ ବିନୟ କୁମାର କାମିଲ ।

new life
You might also like
error: Content is protected !!