News
WhatsApp Image 2023-10-04 at 17.25.00
samparksetu

ରାସ୍ତା କଡ଼ରେ ବିପଦ ସଂକୁଳ ବିଦ୍ୟୁତ ଖୁଣ୍ଟି

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଙ୍କଡପାଳ ଛକ ରାଧାକୃଷ୍ଣ ମନ୍ଦିର ନିକଟ ଛକରେ ବିଦ୍ୟୁତ୍ ଖୁଣ୍ଟ ବାଟୋଇ ମାନଙ୍କ ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଗାଁ କୁ ବିଜୁଳି ସଂଯୋଗ ହେବା ଦିନଠାରୁ ଏ ଖୁଣ୍ଟ ଅଛି। ଏତେ ବର୍ଷର ଲୁହା ଖୁଣ୍ଟ ମୂଳ କଳଙ୍କି ଲାଗି ନଷ୍ଟ ସୋଇଯାଇଛି। ଖୁଣ୍ଟର ଅବସ୍ଥା ଦେଖିଲେ ଲାଗୁଛି କେତେବେଳେ ପବନ ଟିକିଏ ଜୋରରେ ହେଲେ ଶୋଇ ପଡିବ। ଏ ସ୍ଥାନ ଦେଇ ବହୁତ ଲୋକ ଯିବାଆସିବା କରନ୍ତି, କହିବାକୁ ଗଲେ ସ୍ଥାନଟି ଏକ ବ୍ୟସ୍ତ ବହୁଳ। ବିଭାଗୀୟ କର୍ତୁପକ୍ଷ ଏହାର ମରାମତି ପାଇଁ ଦୃଷ୍ଟି ଦେବାକୁ ଆମ ମାଧ୍ୟମରେ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।

new life
You might also like
error: Content is protected !!