News
WhatsApp Image 2023-10-04 at 17.25.00
samparksetu

ରୋଗୀ କଲ୍ୟାଣ ସମିତି ଖଙ୍କିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା କମିଟି ବୈଠକ

ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡିଶା ସହାୟତାରେ ଗଁଦିଆ ବ୍ଲକ ଖଙ୍କିରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ନ୍ୟୁ ଇଣ୍ଡିଆ ଢେଙ୍କାନାଳ ସୌଦନାରୁ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀରାମଚନ୍ଦ୍ରପୁର ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡଃ ସ୍ଥିତପ୍ରଜ୍ଞା ମହାନ୍ତି ବ୍ଲକ ଯୋଗାଣ ମ୍ୟାନେଜର ପ୍ରିୟଦର୍ଶନୀ ସାହୁ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିଶ୍ରୀ ମହାଳିକ ଯୋଗଦାନ କରିଥିଲେ ।

ଖଙ୍କିରା ଭଳି ଏକ ଉପାନ୍ତ ଅଞ୍ଚଳରେ ଡାକ୍ତରଖାନାରେ ମାସକୁ ୩୦ରୁ ଉର୍ଦ୍ଧ୍ବ ପ୍ରସବ କାର୍ଯ୍ୟ ଚାଲୁଥିବା ବେଳେ ଦିର୍ଘ ଦିନ ଧରି ଆମ୍ବୁଲାନ୍ସ ସେବା ନଥିବାରୁ ସହିତ ସ୍ବତନ୍ତ୍ର ଭାବେ ପ୍ରସୂତି ଗୃହ ଡାକ୍ତରଖାନା କର୍ମଚାରୀ ଗୃହ ବିଦ୍ୟୁତ୍ ନଥିବା ବେଳେ ସୋଲାର ଲାଇଟ୍ , ଆସବାବ ପତ୍ର, ହର୍ବାଲ ଗାଡେନ୍ ନିର୍ମାଣ ଇତ୍ୟାଦି ସହିତ ଆୟୁଷ ଡାକ୍ତର ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଆୟୁଷ ଔଷଧ ନ ମିଳିବା ଇତ୍ୟାଦି ଅସୁବିଧା ବିଷୟରେ ସମାଜସେବୀ ଓମ ପ୍ରକାଶ ଦାସ ଓ ଅଶୋକ ପତି ଅଭିଯୋଗ ପ୍ରଦାନ କରିଥିଲେ ।

ଏଠାରେ ଏତେ ସଂଖ୍ୟକ ପ୍ରସୂତି ହେଉଥିଲା ବେଳେ ବିସିଜି ଟିକା ନଥିବା ସହିତ ସ୍ବାସ୍ଥ୍ୟ ସମ୍ପର୍କିତ ସଭା ନହେବା ବିଷୟରେ ଡଃ କୃଷ୍ଣଚନ୍ଦ୍ର ରାୟ ମତ ପ୍ରଦାନ କରିଥିଲେ। ସମ୍ପାଦକ ନ୍ୟୁ ଇଣ୍ଡିଆ ଶେଷଦେବ ରାଉତ ଖଙ୍କିରା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଙ୍ଘମିତ୍ରା ସାମଲ, ଆୟୁଷ ଡାକ୍ତର ଉମାକାନ୍ତ ନାୟକ, ସରପଞ୍ଚ ଖଙ୍କିରା ଶ୍ରୀବସ୍ଛ ସେଠୀ ଓ ଖଙ୍କିରା ସ୍ବାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀଙ୍କ ସହିତ ବ୍ଲକ ଆକାଉଣ୍ଟାଣ୍ଟ ମ୍ୟାନେଜର ବିଷ୍ଣୁ ପ୍ରସାଦ ସାହୁ ଯୋଗଦାନ କରିଥିଲେ ।

ପରବର୍ତ୍ତୀ ସମୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଅଧିକାରୀ ଓ ସମ୍ପାଦକ ନ୍ୟୁ ଇଣ୍ଡିଆ ଶେଷଦେବ ରାଉତ ଜଣାଇଛନ୍ତି ।

new life
You might also like
error: Content is protected !!