News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳରେ ପହଁଚିଛି କରୋନା ଟିକା ; ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ

ବହୁ ଅପେକ୍ଷା ର ଅନ୍ତ ଘଟିଛି । ଢେଙ୍କାନାଳରେ ପହଁଚିଛି କରୋନା ଟିକା । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ବୁଧବାର ସଂନ୍ଧ୍ୟାରେ ପ୍ରଥମ ଦଫା ରେ ଏକ ସ୍ୱତନ୍ତ୍ର ଭ୍ୟାକସିନ ଭ୍ୟାନ ଯୋଗେ ଭୁବନେଶ୍ୱରରୁ ୫୦୦୦ କୋଭିସିଲ୍ଡ ଟିକା ଆସି ପହଁଚିଛି ।

ଏହାକୁ ଡାକ୍ତରଖାନାର ମୁଖ୍ୟଷ୍ଟୋର ଫ୍ରୀଜରେ ରଖାଯାଇଥିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ୭ ହଜାର ୭୨୯ ଜଣ ସ୍ଵାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ ।

ସେମାନଙ୍କ ମଧ୍ୟରେ ଡାକ୍ତର , ଫାର୍ମାସିଷ୍ଟ, ପାରାମେଡ଼ିକାଲ ଷ୍ଟାଫ , ଆଶା, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀ ଅନ୍ତର୍ଭୁକ୍ତ । ଜିଲ୍ଲାରେ ବିଭିନ୍ନ ପର୍ୟ୍ଯ।ୟରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ , କାଠଗଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର , ହିନ୍ଦୋଳ ଏବଂ ଅଁଳାବେରଣୀ ଡାକ୍ତରଖାନାକୁ ଟିକାକରଣ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ପ୍ରଥମ ଡୋଜର ୨୮ ଦିନ ପରେ ଦ୍ଵିତୀୟ ଡୋଜ ଦିଆଯିବ ।

ଯେଉଁମାନେ ପୂର୍ବରୁ ପଞ୍ଜିକରଣ ହୋଇଛନ୍ତି ସେମାନେ ପ୍ରତୀକ୍ଷ। କକ୍ଷରେ ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପରେ ଟିକାକରଣ କକ୍ଷକୁ ଯିବେ । ସେଠାରେ ଟିକା ପ୍ରଦାନ କରାଯିବ । ଟିକା ନେବା ପରେ ନିରୀକ୍ଷଣ କକ୍ଷରେ ୩୦ ମିନିଟ ରହିବା ପରେ ଫେରିବେ ।

ଏହାରି ମଧ୍ୟରେ ଯଦି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ ତେବେ ନିରାକରଣ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ରହିଛି । ଟିକାକରଣ ପାଇଁ ପୂର୍ବରୁ ଢେଙ୍କାନାଳ ଜିଲ୍ଲାରେ ଡ୍ରାଏରନ ଶେଷ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା . ସୁଜାତାରାଣୀ ମିଶ୍ର ସୂଚନା ଦେଇଛନ୍ତି ।

new life
You might also like
error: Content is protected !!