News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ; ସୀମିତ ଅତିଥି ଓ କରୋନା ଯୋଦ୍ଧାଙ୍କୁ ନେଇ ପାଳନ ହେବ ସାଧାରଣତନ୍ତ୍ର ଦିବସ

ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଚଳିତ ବର୍ଷ କରୋନା କଟକଣାରେ ପାଳନ ହେଭି ସାଧାରଣ ତନ୍ତ୍ର ଦିବସ । କରୋନାକୁ ଦୃଷ୍ଟିରେ ରଖି ଏଥର ସାଧାରଣତନ୍ତ୍ର ଦିବସରେ କେବଳ ପୁଲିସ ବାହିନଷ ଅଂଶଗ୍ରହଣ କରିବେ ସେହିପରି ଛାତ୍ର ଓ ଏନସିସି କ୍ୟାଡେଟ ଅଂଶଗ୍ରହଣ କରିପାରିବେ ନାହିଁ । ସାଧାରଣତନ୍ତ୍ର ଦିବସରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବି ବାରଣ କରାଯାଇଛି । ଉତ୍ସବସ୍ଥଳକୁ କୋଭିଡ ଯୋଦ୍ଧା ସହ କେବଳ କିଛି ନିର୍ଦ୍ଦିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ କୁହାଯାଇଛି ।

ସମସ୍ତଙ୍କୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଉତ୍ସବ ସ୍ଥଳରେ ସାନିଟାଇଜର ରହିବା ସହ ଉତ୍ସବସ୍ଥଳକୁ ସଂପୂର୍ଣ୍ଣ ସାନିଟାଇଜ କରାଯିବ । ସାଧାରଣତନ୍ତ୍ର ଦିବସ ଲାଗି ଅନଲାଇନ ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତାକୁ ଅନୁମତି ଦିଆଯାଇଛି ।

ତେବେ ୧୯୬୬ ପରେ ପ୍ରଥମ ଥର ଭାରତରେ ବିନା ଅତିଥିରେ ଗଣତନ୍ତ୍ର ଦିବସ ଆୟୋଜିତ ହେବାକୁ ଯାଉଛି। ଭାରତ ଚତୁର୍ଥ ଥର ପାଇଁ  ମୁଖ୍ୟ ଅତିଥି ବିନା ସାଧାରଣତନ୍ତ୍ର ଦିବସ ମନାଇବାକୁ ଯାଉଛି। ଏହା ପୂର୍ବରୁ ୧୯୫୨, ୧୮୫୩ ଓ ୧୯୬୬ରେ ଏମିତି ହୋଇସାରିଛି। ଏମିତି ମଧ୍ୟ ସମୟ ଆସିଛି ଦେଶର ସାଧାରଣତନ୍ତ୍ର ଦିବସ ଦୁଇ ଦୁଇ ଜଣ ମୁଖ୍ୟ ଅତିଥିଙ୍କ ଗହଣରେ ଆୟୋଜିତ ହୋଇଛି । ୧୯୫୬, ୧୯୬୮ ଓ ୧୯୭୪ରେ ଦୁଇ ଜଣ ଲେଖାଏଁ ମୁଖ୍ୟ ଅତିଥି ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇଥିଲେ ।

new life
You might also like
error: Content is protected !!