News
WhatsApp Image 2023-10-04 at 17.25.00
samparksetu

ମହାମାୟୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ, ଖରିଡାଳି ଚମ୍ପିଆନ

୧୧ତମ ମହାମାୟୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଥିଲା ଅନ୍ତିମ ଦିବସ ,ଅନ୍ତିମ ଦିବସରେ ଫାଇନାଲକୁ ଉତିର୍ନ ହୋଇଥିଲା ଖରିଡାଳି କ୍ରିକେଟ୍ କ୍ଳବ ଓ ବମ୍ପା କ୍ରିକେଟ୍ କ୍ଳବ।

ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରି ଫାଇନାଲରେ ସାମ୍ନା-ସାମ୍ନି ହୋଇଥିଲେ। ଖରିଡାଳି ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

୧୫ ଓଭର ବିଶିଷ୍ଟ ଫାଇନାଲ୍ ମ୍ୟାଚ୍ ରେ ଖରିଡାଳି ତାର ୮ଗୋଟି ୱିକେଟ ହରାଇ ୧୩୩ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ବମ୍ପା କ୍ରିକେଟ୍ ଦଳ ୧୩୪ ରନ୍ ପିଛା କରି ୧୦ ଓଭର ରେ ତାର ସମସ୍ତ ୱିକେଟ ହରାଇ ମାତ୍ର ୫୬ ରନ୍ କରି ରନ୍-ସ୍-ଅଫ୍ ହୋଇଥିଲା।

ଖରିଡାଳି ୭୭ ରନ୍ ବିଜୟ ଲାଭ କରି ଚଳିତ ବର୍ଷ ର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ମ୍ୟାନ୍-ଅଫ୍-ମ୍ୟାଚ୍ ଶାନ୍ତନୁ ମହାଳିକ ଓ ମ୍ୟାନ-ଅଫ୍-ସିରିଜ ଅଟଳ ମାଝୀ ପୁରସ୍କାର ପ୍ରଦାନ କରାଯାଇଥିଲା। ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବିଶିଷ୍ଟ ସମାଜସେବୀ ଭୁବନେଶ୍ବର ବେହେରା, ବିଜୟ କୁମାର ମହାଳିକ, ତରଣୀ ଷଣ୍ଢ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କପିଳ ସାହୁ ଯୋଗଦାନ କରିଥିଲେ। ଖେଳକୁ ପରିଚାଳନା କରୁଥିଲେ ଦୁଇ ଆମ୍ପାୟାର ମନୋଜ ଭୋଇ, ବିଶିକେଶନ ବେହେରା।

new life
You might also like
error: Content is protected !!