News
WhatsApp Image 2023-10-04 at 17.25.00
samparksetu

ସଦର ବ୍ଲକରେ ଚାଷୀଙ୍କୁ ମିଳୁନି ରବି ଫସଲ ବିହନ ,ଡାଲି ଜାତୀୟ ବିହନ ହଡପ ଅଭିଯୋଗ ରେ ଦାବିପତ୍ର

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ପଞ୍ଚାୟତରେ ଚାଷୀଙ୍କୁ ମିଳୁନାହିଁ ରବି ଫସଲ ବିହନ କିଟ୍ । ୨୫୦ ରୁ ଉର୍ଦ୍ଧ୍ୱ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ମାତ୍ର ୮୦ ଜଣ ଚାଷୀଙ୍କୁ କି ଟ୍ ପ୍ରଦାନ କରାଯାଇଛି ।

ସେଥି ମଧ୍ୟରୁ କେତୋଟି ଘରେ ଦଶ ରୁ ପନ୍ଦର ଟି ଲେଖାଏଁ କିଟ୍ ବଣ୍ଟନ କରାଯାଇଛି । ପଞ୍ଚାୟତ ସ୍ତରରେ ଥିବା କୃଷି କର୍ମଚାରୀ ମାନେ ଗାଁ କୁ ଗାଁ ବୁଲି ଚାଷୀ ମାନଙ୍କର ସମସ୍ୟା ଦୂର କରିବା ଉଚିତ । ମାତ୍ର ଏହାର ସମାଧାନ ନହେବାରୁ ପଞ୍ଚାୟତର କିଛି ହିତାଧିକାରୀ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କୁ ଜଣାଇବାରୁ ଆଜି ମହିଳା ସଭାନେତ୍ରୀ ପ୍ରିୟଦର୍ଶିନୀ ମହାପାତ୍ର, ରମେଶ ରାଜ ପ୍ରମୁଖ ମିଶି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାଜକିଶୋର ନାୟକଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଥିଲେ ।

ଏସମ୍ପର୍କରେ କୃଷି ଅଧିକାରୀ ତଦନ୍ତ କରି ସମସ୍ତ ଚାଷୀ ମାନଙ୍କୁ ବିହନ ଯୋଗାଇଦେବା ପାଇଁ ଆଶ୍ୱାସନା ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!