News
WhatsApp Image 2023-10-04 at 17.25.00
samparksetu

ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଛୁରା ଦେଖାଇ ଲୁଟ !

ଢେଙ୍କାନାଳ ଜିଲ୍ଲାରେ ବଢିଚାଲିଛି ଅପରାଧୀଙ୍କ ରାଜ୍ । କେଉଁଠି ଏଟିଏମ ଲୁଟ୍ ତ କେଉଁଠି ଡକାୟତି । ତେବେ ସ୍ପଷ୍ଟ ଦିବାଲୋକ ରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହାନ୍ତି ଲୁଟେରା ।

ତେବେ ଏଭଳି ଏକ ଘଟଣା ଘଟିଛି କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଅଁଳାବେରେଣୀ ହାଇ ସ୍କୁଲ ସାମ୍ନାରେ ଢେଙ୍କାନାଳ ସହରର ଜଣେ ବ୍ୟବସାୟୀ ଠିଆ ହୋଇଥିଲା ବେଳେ ଦୁଇ ଜଣ ଦୃର୍ବୁତ୍ତ ବାଇକରେ ଆସି ତାଙ୍କୁ ଛୁରା ଓ ବନ୍ଧୁକ ଦେଖାଇ ୩୦ ହଜାର ଟଙ୍କା ଲୁଟିନେଇଛନ୍ତି ଲୁଟେରା ।

ବ୍ଯକ୍ତି ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳରେ ବନ୍ଧୁକ ଓ ଛୁରା ଛାଡି ପଳାଇଛନ୍ତି ।

ଲୁଟର ଶିକାର ବ୍ଯକ୍ତିଙ୍କ ନାମ ଅଶିକ ପଣ୍ଡା ଓ ତାଙ୍କ ଘର ଢେଙ୍କାନାଳ ସହରରେ । ସେ ଏ ଅଞ୍ଚଳର ଦୋକାନୀମାନଙ୍କୁ ସସ ସପ୍ଲାଏ କରନ୍ତି। ଏକ ଟାଟା ଏସି ଗାଡ଼ିରେ ଆଜି ଡ୍ରାଇଭର ସହ ସେ ସପ୍ଲାଏ ପାଇଁ ଯାଇଥିବା ସମୟରେ ତାଙ୍କଠାରୁ ଲୁଟ ହୋଇଛି ।ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି ।

new life
You might also like
error: Content is protected !!