News
WhatsApp Image 2023-10-04 at 17.25.00
samparksetu

୩ ଦିନ ହେବ ଥିଲେ ନିଖୋଜ ; ଅଣ୍ଡରପାସିଂ ଖାଲରୁ ମିଳିଲା ମୃତଦେହ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ଼ ଫାଣ୍ଡି ଅନ୍ତର୍ଗତ ଓଡ଼ପଡା କଲେଜ ଛକ ନିକଟରୁ ଆଜି ଏକ ମୃତ ଦେହ ଉଦ୍ଧାର ହୋଇଛି ।  ମୃତକ ଜଣଙ୍କ ସ୍ଥାନୀୟ ନୂଆବାଙ୍ଗୁରିସିଂହ  ଗ୍ରାମର ଚୁଇଁଆ ବେହେରା (୭୮) ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ କି , ଚୁଇଁଆ ୩ଦିନ ହେବ ଘରୁ ନିଖୋଜ ଥିଲେ ଏ ନେଇ ପରିବାର ଲୋକ ହିନ୍ଦୋଳ ଥାନାରେ ଏକ ଏତଲା ଦେଇଥିଲେ ବହୁତ ଖୋଜାଖୋଜି ପରେ ତାଙ୍କର ପତା ମିଳିନଥିଲା।

ଆଜି ସକାଳେ ଓଡାପଡା କଲେଜ ନିକଟ ଏନଏଚ-୫୫ରେ ହାତୀମାନଙ୍କ ଯାତାୟାତ ପାଇଁ ଖୋଳ।ଯାଇଥିବା ଅଣ୍ଡର ପାସିଙ୍ଗ ଖାଲରେ ପାଣି ଭିତରେ ତାଙ୍କ ମୃତଦେହ ଭାସୁଥିବା କିଛି ଲୋକ ଦେଖିଥିଲେ । ଖବର ପାଇ ସ୍ଥାନୀୟ ହିନ୍ଦୋଳରୋଡ଼ ଫାଣ୍ଡି ପୋଲିସ ଅଗ୍ନିଶ୍ରମ ବାହିନୀ ମାଧ୍ୟମରେ ମୃତଦେହକୁ ପାଣିରୁ ଉଦ୍ଧା ର କରିଛି । ପରେ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇ ତଦନ୍ତ ଚଳାଇଛି ପୋଲିସ ।

new life
You might also like
error: Content is protected !!