News
WhatsApp Image 2023-10-04 at 17.25.00
samparksetu

ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ନାବାଳକ ଗୁରୁତର !

କାମାକ୍ଷାନଗର ଏନଏସି ର ଅନନ୍ତପୁର ସାହି ରେ ଇଲେଭେନ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ସେହି ସାହି ର ପ୍ରଦୀପ୍ତ ବିଶ୍ୱାଳ ଙ୍କ ପୁଅ ବୈକୁଣ୍ଠ ବିଶ୍ୱାଳ (୧୪) । ସୂଚନା ଅନୁସାରେ ବୈକୁଣ୍ଠ ଆଜି ନିଜ ଦୁଇମହଲା ଘର ଉପରେ ଚଢି ପାଣି ପକାଉଥିଲେ ।

ଅସାବଧାନତା ବଶତଃ ପାଣି ପକାଉଥିବା ସମୟରେ ସେ ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସର୍ପ ରେ ଆସି ଯାଇଥିଲେ । ଫଳରେ ବିଦ୍ୟୁତ ଆଘାତ ରେ ତାଙ୍କ ଦେହର ଅଧିକାଂଶ ସ୍ଥାନ ଜାଳି ଯାଇଥିବା ବେଳେ ପରିବାର ଲୋକ ତୁରନ୍ତ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ ।ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ।

new life
You might also like
error: Content is protected !!