News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ; ୨ ମୃତ , ଜଣେ ଗୁରୁତର

ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ କୁଟୁରିଆ ଛକରେ ହାଇୱ। ସହ ଏକ ସ୍କୁଟି ର ଧକ୍କା ହେବା ଫଳରେ ଜଣେ ମୃତ ଆଉ ଜଣେ ଗୁରୁତର ।

ମୃତକ ହେଲେ ମହବିରୋଡ ଗ୍ରାମର କମଳ ଲୋଚନ ହାତୀ ଓ ଗୁରୁତର ହେଲେ ମୂରଲୀଧର ସାହୁ ।

ସୂଚନା ଅନୁଯାୟୀ , ମହାବିରୋଡ଼ କଲେଜ ର ଦୁଇ କର୍ମଚାରୀ
ଅପର ପାର୍ଶ୍ଵ ରୁ ସ୍କୁଟିରେ ଆସୁଥିଲେ କୁଟୁରିଆ ଛକ ରେ ଏକ ହାଇୱ। ସହ ଧକ୍କା ହୋଇଥିଲା , ଦୁର୍ଘଟଣା ଟି ଏତେ ମାତ୍ରା ରେ ଥିଲା କି ହାଇୱ। ଚେଚିସ୍ ରେ ସ୍କୁଟି ର ଖଣ୍ଡ ବିଖଣ୍ଡିତ ଇଞ୍ଜିନ କୁ ୩ କିଲୋମିଟର ଭିଡ଼ିନେଇଥିଲା । ଦୁର୍ଘଟଣା ଘଟଣା ସ୍ଥଳରେ କମଳଙ୍କ ମୃତ୍ୟୁ ହୋଇଥିବା ବେଳେ ମୂରଲୀଧର ଙ୍କୁ ଗୁରୁତର ଭାବରେ କଟକ ସ୍ଥାନାନ୍ତର କରାଯାଇଛି ।

ଅପର ପକ୍ଷରେ ହାଇୱ। ଗାଡ଼ି ସହିତ ଚାଳକ କୁ ଧରି ପୋଲିସ୍ ଜୀମା ଦେଇଛନ୍ତି ସ୍ଥାନୀୟ ଲୋକେ ।

ଅନ୍ୟପଟେ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଭାପୁର ମେଡ଼ିକାଲ ନିକଟରେ ଆଜି ସକାଳ ୮ ଟ ସମୟ ରେ ଟ୍ରାକ୍ଟର ଧକ୍କା ରେ ଜଣେ ବ୍ୟବସାୟୀ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କଦଳୀପାଳ ର ବିଷ୍ଣୁଚରଣ ବେହେରା ।

ବିଷ୍ଣୁ ଏକ୍ସ ଏଲ ଗାଡି ଯୋଗେ କଦଳୀପାଳ ରୁ ବ୍ୟବସାୟ ନିମନ୍ତେ ଭାପୁର ଆସିଥିଲେ ଭାପୁର ମେଡ଼ିକାଲ ନିକଟରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

new life
You might also like
error: Content is protected !!