News
WhatsApp Image 2023-10-04 at 17.25.00
samparksetu

ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ବିଜାଡିହି ଗାଁ ର ଏ ଦୃଶ୍ୟ । ସାତ କି ଆଠ ଫୁଟ ଉଚ୍ଚତାରେ ଝୁଲି ରହିଛି ୧୧ କେଭି ବିଜୁଳି ତାର।

ଅନ୍ୟମନସ୍କ ଭାବେ ଯଦି କେହି ହାତ ଉଠାଇ ଦେବ, ଜୀବନ ଚାଲି ଯିବାର ଭୟ ରହିଛି । ବଡ଼ ଗାଡ଼ି ଟିଏ ଗାଁ ଭିତରକୁ ପ୍ରବେଶ କରିବା ମୁସ୍କିଲ ହୋଇ ପଡୁଛି ।

ବିଭାଗୀୟ କର୍ମଚାରୀ ସବୁ ଦେଖି ନ ଦେଖିଲା ପରି ରହୁଛନ୍ତି । ଏଠାରୁ ଚାରି କିଲୋମିଟର ଦୂରରେ ଅଁଳାବେରେଣୀରେ ବିଦ୍ୟୁତ୍ ବିତରଣ କମ୍ପାନୀ (ଟାଟା) ର କାର୍ଯ୍ୟାଳୟ । ତଥାପି ମରାମତି ହେଉ ନାହିଁ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି ।

ଏ ଅଞ୍ଚଳଟି ହାତୀ ମାନଙ୍କ ଚରାଭୁଇଁ । କେତେବେଳେ ଯଦି ହାତୀ ଗାଁ ଭିତରକୁ ପଶି ଆସିବ ତେବେ ମୃତ୍ୟୁ ନିଶ୍ଚିତ ।
ଏହାର ତୁରନ୍ତ ମରାମତି ସକାଶେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

new life
You might also like
error: Content is protected !!