News
WhatsApp Image 2023-10-04 at 17.25.00
samparksetu

ଅଧାରେ ରହିଗଲା ଘର ବାହୁଡା, ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଧାରେ ରହିଗଲା ଘର ବାହୁଡା ଅଜଣା ଗାଡି ଧକ୍କା ରେ ପ୍ରାଣ ହାରିଲେ ଯୁବକ । ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଘାଘରାମୁଣ୍ଡା ଛକ ନିକଟରେ ।

୨ ଜଣ ଯୁବକ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉଜଣେ ଗୁରୁତ୍ତର ଆହତ ହୋଇଛନ୍ତି ।

ମୃତକ ଜଣଙ୍କ କଙ୍କଡ଼ାହାଡ ଥାନା ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ଧରା ଗ୍ରାମର ହୃଦାନନ୍ଦ ପ୍ରଧାନଙ୍କ ପୁଅ ଅଖୟ ପଧାନ ହୋଇଥିବା ବେଳେ ଆହତ ଜଣଙ୍କ ଲକ୍ଷ୍ମୀଧର ସାହୁଙ୍କ ପୁଅ ଦୀପକ ସାହୁ ବୋଲି ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି ।

new life
You might also like
error: Content is protected !!