News
WhatsApp Image 2023-10-04 at 17.25.00
samparksetu

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ଦୀପକ ଗୋଛାୟତ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗର ଅଞ୍ଚଳର ଯୁବନେତା ସମାଜ ସେବୀ ଦୀପକ କୁମାର ଗୋଛାୟତଙ୍କୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବିଜେପି ଯୁବମୋର୍ଚ୍ଚା ର ରାଜ୍ୟ ସଭାପତି ଇରାଶିସ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।

ଦୀପକଙ୍କୁ ଏହି ଦାୟିତ୍ବ ମିଳିବା ପରେ ଶୁଭେଚ୍ଛୁ ଓ ସମର୍ଥକ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟରେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ପୂର୍ବରୁ ସେ ରାଜ୍ୟ ସମ୍ପାଦକ ଓ ସଂଯୋଜକ ଭାବେ ଦାୟିତ୍ଵ ତୁଲାଇଥିଲେ ।

ନୂତନ ଗୁରୁ ଦାୟିତ୍ବ ମିଳିବା ନେଇ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ , ରାଜ୍ୟ ସଭାପତି ସମୀର ମହାନ୍ତି , ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି , ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ , ରାଜ୍ୟ ସମ୍ପାଦକ ତଥା ପୂର୍ବତନ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ , ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି , ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ , କୃଷ୍ଣ ଚନ୍ଦ୍ର ପାତ୍ର, ଶତୃଘ୍ନ ଜେନା , ପ୍ରତାପ ପ୍ରଧାନ , ଅଶୋକ ମହାନ୍ତି , ଅଶୋକ ନାୟକ , ଅଗସ୍ତି ବେହେରା , ଭାଗିରଥୀ ପ୍ରଧାନ ଓ ଅନୁଗୋଳ ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ ଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଇଛନ୍ତି । ଆଗକୁ ଅତ୍ୟନ୍ତ ନିଷ୍ଠାର ସହ ରାଜ୍ୟରେ ବିଜେପି ଯୁବମୋର୍ଚ୍ଚା ସଂଗଠନକୁ ସୁଦୃଢ କରିବା ସହ , ଓଡ଼ିଶାର ବିକାଶ ଓ ଓଡ଼ିଆ ଯୁବକଙ୍କ ହକ୍ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।

new life
You might also like
error: Content is protected !!