News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳର ଆପ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପାଳନ ହୋଇଯାଇଛି । କର୍ମୀମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଏବଂ ବରିଷ୍ଠ ସଦସ୍ୟ ଅଭିରାମ ସେଠି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଏହି ଉତ୍ସବରେ ପରସ୍ପରକୁ ମିଷ୍ଟାନ୍ନ ଖୋଇ ବାଜିଚୌକ ପର୍ଯ୍ୟନ୍ତ ଏକ ରାଲି ରେ ଯାଇଥିଲେ , ବାବା ସାହେବ ଭୀମ ରାଓ ଅମ୍ବେଦକର ଓ ସହିଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦେଶ ଏବଂ ସମ୍ବିଧାନ ହିତରେ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ ।

ସମ୍ବିଧାନର ଅତି ଜରୁରୀ ଧାରା ଓ ଉପଧାରା ସମ୍ପର୍କରେ ଜିଲ୍ଲା ସମ୍ପାଦକ ତଥା ଆଇନଜୀବି ପ୍ରକାଶ ଚନ୍ଦ୍ର ରାଉତ ସମ୍ୟକ ସୂଚନା ଦେବା ପରେ ନଗର ସଭାପତି ରଘୁନାଥ ପ୍ରସାଦ ମିଶ୍ର, ମହିଳା ମୋର୍ଚ୍ଚା ସଭାପତି ପ୍ରିୟଦର୍ଶିନୀ ମହାପାତ୍ର, ଛାତ୍ର ନେତା ବିଶ୍ୱଜିତ ବରାଳ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇ, ପୂର୍ବତନ ବିଧାୟକ ପାର୍ଥି ଆଶିଷ ମିଶ୍ର, କୁଞ୍ଜବିହାରୀ ଲେଙ୍କା, ରାଜୀବ କର, ସନ୍ଧ୍ୟାରାଣୀ ସାହୁ, ଦେବାନନ୍ଦ ହୋତା, ଲିଗାଲ ସେଲ ସମ୍ପାଦକ ତଥା ଆଇନଜୀବୀ ଶାନ୍ତନୁ ରାଉତ, ବିନୋଦ ମଲିକ, ଭ୍ରମରବର ରାଉତ ପ୍ରମୁଖଙ୍କ ସହିତ ବହୁ କର୍ମୀ ଯୋଗଦେଇଥିଲେ

new life
You might also like
error: Content is protected !!