News
WhatsApp Image 2023-10-04 at 17.25.00
samparksetu

ମୋବାଇଲ ଦେଲେନି ବୋଲି ଘର ଛାଡ଼ି ଦେଲେ !

ଆଜିର ଦୈନନ୍ଦିନ ଜୀବନରେ ମୋବାଇଲ ଫୋନ୍‌ ଏକ ଜରୁରୀ ବସ୍ତୁ ପାଲଟିଛି । ସକାଳୁ ରାତି ଯାଏ ସମସ୍ତଙ୍କୁ ଫୋନ୍‌ର ଆବଶ୍ୟକତା ନିହାତି ପଡ଼ୁଛି । ତେବେ କେବଳ ବଡ଼ ଲୋକ ନୁହେଁ ଛୋଟ ପିଲା ମଧ୍ୟ ଧୀରେ ଧୀରେ ମୋବାଇଲ ଆଡିକ୍ଟେଡ୍‌ ହୋଇପଡ଼ୁଥିବା ଦେଖିବାକୁ ମିଳିଛି ।

ଛୁଆ ଛୋଟ ଥିବାରୁ ତାଙ୍କ ଠାରୁ ଫୋନ୍‌ ନେଲେ ସେମାନେ କାନ୍ଦିବାକୁ ଲାଗିଥାନ୍ତି । ଫଳରେ ବାଧ୍ୟ ହୋଇ ଅଭିଭାବକ ତାଙ୍କୁ ଫୋନ୍‌ ଦେଇ ଦେଇଥାନ୍ତି । କିନ୍ତୁ ଏହା ଛୁଆ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ବିଗତ ଦିନରେ ଏହି ମୋବାଇଲ ଯୋଗୁଁ ଯାଇଛି ବହୁ ଅମୂଲ୍ୟ ଜୀବନ । କିଏ ଗେମ ପାଇଁ ତ କିଏ ଚାଟିଙ୍ଗ ତ କିଏ କଥା ହୋଇ ହୋଇ ରାସ୍ତା ପାରି ହେବା ବେଳେ ଦୁର୍ଘଟଣା ର ଶିକାର ହୋଇଛି ।

ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ଅନ୍ତର୍ଗତ ବେଲାପଡ଼ା ରେ । ଗତକାଲି ପ୍ରାୟ ସଂନ୍ଧ୍ୟା ୭ ଟାରେ ବେଲାପଡା ଗ୍ରାମରେ ଜଣେ ଅଜଣା ନାବାଳକ ବୁଲୁଥିବାର ଦେଖିବାକୁ ମିଳିଛି । ତେବେ କିଛି ଗ୍ରାମବାସୀ ତାଙ୍କୁ ଏନେଇ ପଚାରିବାରୁ ସିଏ କୌଣସି ଏକ ହୋଟେଲ କିମ୍ବା ଦୋକାନ ରେ କାମ ଖୋଜୁଛନ୍ତି ବୋଲି କହିଥିଲେ । ହେଲେ ତାଙ୍କୁ ମୋବାଇଲ ପ୍ରତି ଅତିଶୟ ଆଗ୍ରହ ଦେଖି ଗ୍ରାମବାସୀ ଏନେଇ ତାଙ୍କୁ ପଚାରିବାରୁ ସିଏ ବଡ଼ମ୍ବା ଅଞ୍ଚଳର ଏବଂ ଘରେ ମୋବାଇଲ ଯୋଗୁଁ କଳହ ସୃଷ୍ଟି ହେବାରୁ ସେ ଘର ଛାଡ଼ି ଏଠାକୁ ପଳାଇ ଆସିଛନ୍ତି ବୋଲି ଗ୍ରାମବାସୀ ଙ୍କୁ ଜଣାଇଥିଲେ ।

new life
You might also like
error: Content is protected !!