News
WhatsApp Image 2023-10-04 at 17.25.00
samparksetu

ସ୍ବାମୀ ଚାଲିଗଲା ପରେ ୪ସନ୍ତାନ ଙ୍କୁ ନେଇ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଶାନ୍ତି !

ସ୍ବାମୀ ଛାଡି ଆରପାରିକୁ ଚାଲିଗଲେ ତା ବାଦେ ଚାରି ସନ୍ତାନଙ୍କ ଲାଳନପାଳନ ବୋଝ ଉପରେ ଲଳିତା ବିଡା ସଦୃଶ। ନିଜେ ନଖାଇ ଚାରି ପିଲାଙ୍କ ପେଟ ପୁରାଇବାରେ ଅକ୍ଷମ ଶାନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୁସୁମଯୋଡି ପଞ୍ଚାୟତ ଶାଳପଡା ହରିଜନ ବସ୍ତିର ସ୍ବର୍ଗତ ମାର୍କଣ୍ଡ ନାଏକଙ୍କ ପତ୍ନୀ ଶାନ୍ତି ନାଏକ। ବର୍ଷେ ତଳେ ସ୍ବାମୀ ପର କରି ଆରପାରିକୁ ଚାଲିଗଲେ। ଜମିବାଡ଼ି ବା ଧନ ସମ୍ପତ୍ତି କହିଲେ କିଛି ନାହିଁ।

ସରକାରୀ ସହାୟତା କହିଲେ ୩୫ କିଲୋଗ୍ରାମ ଚାଉଳ ଯାହା ପାଞ୍ଚଟି ପେଟ ମାସକ ପାଇଁ ନିଅଣ୍ଟ। ମାଗିଯାଚି ହେଉ ବା ମୂଲ ଲାଗି ପେଟ ପୋଷିବା ପାଇଁ ଚେଷ୍ଟା କରନ୍ତି ଶାନ୍ତି। ଭତ୍ତା ପାଇଁ ବ୍ଲକ ଅଫିସ ଠାରୁ ଆରମ୍ଭ କରି ପରଜଙ୍ଗ ବିଧାୟକଙ୍କ ପାଖକୁ ଦୌଡ଼ି ନିରାଶ ହେବାକୁ ପଡ଼ିଛି। ଏପରି ସ୍ଥଳେ କୁନି କୁନି ପିଲାମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି। ପ୍ରଶାସନ ପକ୍ଷରୁ ଶାନ୍ତିଙ୍କୁ ଭତ୍ତା ଯୋଗାଇ ଦେବା ସହ ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ବାସି ଦାବି କରିଛନ୍ତି ।

new life
You might also like
error: Content is protected !!