News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାର ଏ-୧ ଗ୍ରେଡ଼ ମେଧାବୀ ଛାତ୍ର ଛାତ୍ରୀ ସାଧାରଣ ତନ୍ତ୍ର ଦିବସରେ ଜିଲ୍ଳାପାଳଙ୍କ ଦ୍ଵାରା ସମ୍ବର୍ଦ୍ଧିତ

ସ୍ଥାନୀୟ ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଆଜି ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ କୋଭିଡ -୧୯ ନିୟମ ଅନୁପାଳନରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଶତକଡ଼ା ୯୦ ଓ ଉର୍ଦ୍ଧ୍ବ ନମ୍ବର ରଖି ଏ-୧ ଗ୍ରେଡ଼ ହାସଲ କରିଥିବା ଢେଙ୍କାନାଳ ଜିଲ୍ଲାର ୩୩ ଜଣ ଶ୍ରେଷ୍ଠ ମେଧାବୀ ଛାତ୍ରୀ ଛାତ୍ର,ମାର୍ଗଦର୍ଶକ ଶିକ୍ଷିକା, ଶିକ୍ଷକ, ପ୍ରଧାନ ଶିକ୍ଷକ ମାନଙ୍କୁ ପୁଷ୍ପଗୁଚ୍ଛ, ପ୍ରସଂଶାପତ୍ର ,ଉପଢୌକନ ଓ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି।

ମୁଖ୍ୟଅତିଥି ସ୍ୱୀୟ ଅଭିଭାଷଣରେ ଛାତ୍ରୀ ଛାତ୍ର ମାନଙ୍କୁ ଉପଦେଶ ଛଳରେ “ଆତ୍ମତୃପ୍ତିର ଅବକାଶ ନାହିଁ, ଆଗକୁ ବଢିଚାଲ ଓ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଅବିରତ ଉଦ୍ୟମ ଜାରି ରଖ” ବୋଲି ସୁପରାମର୍ଶ ପ୍ରଦାନ କରିଛନ୍ତି।ସଭାପତି ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ “ଶୃଙ୍ଖଳିତ ଜୀବନଚର୍ଯ୍ୟା ଦ୍ୱାରା ନିଜର ସଫଳତା ବଜାୟ ରଖିବା ସଂଗେ ସଂଗେ ଆଦର୍ଶ ନାଗରିକ ହୋଇ ଦେଶ ଗଠନରେ ନିଜକୁ ନିୟୋଜିତ କର” ବୋଲି ସୁପରାମର୍ଶ ପ୍ରଦାନ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମୌସୁମୀ ସାହୁ ଯୋଗଦାନ କରି “କର୍ତବ୍ୟନିଷ୍ଠ ସାଧନା ହିଁ ଜୀବନରେ ସଫଳତାର ଚାବିକାଠି” ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ମଙ୍ଗଳପୁରର ପ୍ରଧାନ ଶିକ୍ଷକ ସୁକାନ୍ତ ଚରଣ ସାହୁ ପୁରାତନ ଛାତ୍ରୀ ଛାତ୍ର ମାନେ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମରେ ସାମିଲ ହେବାକୁ ସୁପରାମର୍ଶ ପ୍ରଦାନ କରିଥିଲେ।ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅଶୋକ କୁମାର ପଣ୍ଡା ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଦୁଇଟି ପର୍ଯ୍ୟାୟରେ ଭୁବନ, କାମାକ୍ଷାନଗର ପରଜଙ୍ଗ,ଗଂଦିଆ,ହିନ୍ଦୋଳ, ଓଡ଼ପଡା ଓ ଢେଙ୍କାନାଳରୁ୧୩ ଜଣ ଛାତ୍ରୀ ଓ ୨୦ ଜଣ ଛାତ୍ର ମୋଟ ୩୩ ଜଣ ସେମାନଙ୍କ ଶିକ୍ଷୟିତ୍ରୀ, ଶିକ୍ଷକ,ପ୍ରଧାନ ଶିକ୍ଷକ,ମାତା, ପିତା, ଅଭିଭାବିକା ଓ ଅଭିଭାବକ ମାନଙ୍କ ମାର୍ଗଦର୍ଶନରେ ସଫଳ ଯୋଗଦାନ କରିଥିଲେ।

ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ତଥା ଢେଙ୍କାନାଳ ଜିଲ୍ଲା ‘ମୋ ସ୍କୁଲ ଅଭିଯାନର କ୍ୟାମ୍ପେନ କମିଟି’ର ଦଳମୁଖ୍ୟ ଡା. ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ମୋ ସ୍କୁଲ ଅଭିଯାନରେ ସାମିଲ ହେବାପାଇଁ ବିନମ୍ର ଅନୁରୋଧ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଢେଙ୍କାନାଳ ଜିଲ୍ଲା ‘ମୋ ସ୍କୁଲ ଅଭିଯାନର କ୍ୟାମ୍ପେନ କମିଟି’ର ଦଳମୁଖ୍ୟ ଡା. ଦେବୀ ପ୍ରସାଦ ମିଶ୍ର

new life
You might also like
error: Content is protected !!