News
WhatsApp Image 2023-10-04 at 17.25.00
samparksetu

ମା ବ୍ରାହ୍ମଣୀଦେବୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ

ମା ବ୍ରାହ୍ମଣୀଦେବୀ କ୍ରିକେଟ ଟୁର୍ଣ୍ଣାଆମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜି ଦକ୍ଷିଣ ପଶି ଓ ଢୋଲପଶି କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ରାଜନେତା ଶ୍ରୀ ବିଶ୍ବତୋଶ ସାହୁ ଯୋଗ ଦେଇଥିଲେ।

ସମ୍ମାନୀତ ଅତିଥି ରୂପେ ଶ୍ରୀ ଗନ୍ଧର୍ବ ସେନ ମହାରଣା ଓ ଶୁସାନ୍ତ କୁମାର ସାହୁ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ପରସ୍ପର ମଧ୍ୟରେ ସଦଭାବନା ବୃଦ୍ଧି ନିମନ୍ତେ ନିବେଦନ କରିଥିଲେ।

ମ୍ଯାଚର ପ୍ରଥମ ଅର୍ଦ୍ଧରେ ଦକ୍ଷିଣ ପଶି କ୍ରିକେଟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୦୬ ରନ କରିଥିଲେ। ଏହାର ପ୍ରତ୍ୟୁତରରେ ଢୋଲପଶି ଟିମ୍ ୧୫.୧ ଓଭରରେ ୫ ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲା। ଟୁନାମେଣ୍ଟରେ ନିଜର ଉତ୍ତମ ପ୍ରଦର୍ଶନ ପାଇଁ ଢୋଲପଶି ଟିମ୍ ର ଅଲରାଉଣ୍ଡର କାଳିଆ ମ୍ଯାନ ଅଫ ଦି ସିରିଜ ଓ ମ୍ଯାନ ଅଫ ଦି ଫାଇନାଲ ବିବେଚିତ ହୋଇଥିଲେ। ବିଜୟୀ ଟିମକୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।

new life
You might also like
error: Content is protected !!