News
WhatsApp Image 2023-10-04 at 17.25.00
samparksetu

ଖଇରାଙ୍କ ଦୁଃଖ ଶୁଣିଲେ ସରକାର ; ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ ମଧୁସାହୁପାଟଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଗିରଥିପୁର ସବର ସାହିର ଖଇରା ଦେହୁରୀ, ମୂଲ ଲାଗି ନିଜ ର ଏବଂ ନିଜ ପତ୍ନୀ ଙ୍କ ପେଟ ପୋଷନ୍ତି , କିନ୍ତୁ ବୟସ ଆଉ କାମ କରିବାକୁ ଆଦେଶ ଦେଉନି ।

ଆଗ ପଛ କହିଲେ କେହି ନାହାନ୍ତି କାମ ନକଲେ ପେଟ ପୋଷିବା କଷ୍ଟକର , କିନ୍ତୁ ଖଇରା କୁହନ୍ତି ଭତ୍ତା ଖଣ୍ଡିଏ ମିଳିଲେ ମୋର ପ୍ରତିପୋଷଣ ହୋଇଯିବ । ଏହି ଭତ୍ତା ଖଣ୍ଡିକ ପାଇଁ ଅନେକ ଥର ସରକାର ବାବୁଙ୍କ ଠାରେ ନେହୁରା ହୋଇଛନ୍ତି କିନ୍ତୁ ମିଳିନଥିଲା ଭତ୍ତା ।

ଖଇରା ଙ୍କ ଏହି ସମସ୍ୟା ଟି ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା । ପ୍ରସାରଣ ପରେ ଖଇରା ଙ୍କୁ ଆଜିକୁ ୭ ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେଉଛନ୍ତି ସରକାର ।

new life
You might also like
error: Content is protected !!