News
WhatsApp Image 2023-10-04 at 17.25.00
samparksetu

ସହିଦ ବାଜିରାଉତ ଙ୍କ ଗ୍ରାମ ହେବ ଦ୍ବିତୀୟ ସାବରମତି !

ପୃଥିବୀର ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ ଙ୍କର ଜନ୍ମ ମାଟିକୁ ୨ ସାବରମତୀ ଭାବେ ଗଢିତୋଳାଯିବ ବୋଲି ଓଡିଶା ଭାଷା ସାହିତ୍ଯ ଓ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି କହିଥିଲେ।

ପ୍ରଥମେ ବାଜି ରାଉତ ସ୍ମୃତି ପରିଷଦ ଭୁବନ ପ୍ରସାଶନ ପକ୍ଷରୁ ଶ୍ରୀ ଦାସ ଙ୍କୁ ବ୍ରାହ୍ମଣୀ ନଦୀର ବାଜି ରାଉତ ପୋଲ ନିକଟରୁ ପାଛୋଟି ନେଇଥିଲେ। ଶ୍ରୀ ଦାସ ବାଜି ରାଉତ ଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ସ୍ମୃତି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ରାଜ୍ଯ ସରକାର ସହିଦଙ୍କ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିବାରୁ ଏହି ଗ୍ରାମ ନିଳକଣ୍ଠପୁରର ସାମଗ୍ରିକ ସମସ୍ୟା ଉପରେ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେବେ ବୋଲି ଜଣାଇଥିଲେ।

ଏ ସମ୍ପର୍କରେ ସ୍ମୃତିପୀଠର ସଭାପତି କୃଷ୍ଣଚନ୍ଦ୍ର ଆଏଚ, ସମ୍ପାଦକ କପିଳେଶ୍ଵର ସାହୁ, ବାଜି ରାଉତ ଙ୍କର ଦାୟାଦ କୁଳମଣି ରାଉତ,ବିଡିଓ ଆଶୀର୍ବାଦ ପରିଡା, ବ୍ଳକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ତହସିଲଦାର ପ୍ରଭାସ ଦେହୁରୀ, ମହୁଲପାଳ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ତରାଇ, ଗ୍ରାମ ରୋଜଗାର ସେବକ ବିକାଶ ମହାନ୍ତି ,ପ୍ରମୁଖ ଉପସ୍ଥିତ ଥାଇ ଗ୍ରାମର ସର୍ବାଙ୍ଗୀନ ବିକାଶ ଦିଗରେ ଆଲୋଚନା କରିଥିଲେ। ଏହି ଅବସରରେ ଗ୍ରାମର ସ୍ବପ୍ନେଶ୍ବର ମହାଦେବ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ନିଳକଣ୍ଠପୁର ବିଦ୍ୟାଳୟ, ନିଳକଣ୍ଠପୁରର ପାର୍ମ ବୁଲି ଦେଖିଥିଲେ।

new life
You might also like
error: Content is protected !!