News
WhatsApp Image 2023-10-04 at 17.25.00
samparksetu

କାଉଁରିଆପାଳ ପ୍ରିମିୟର ଲିଗ- ୨୦୨୧ ଉଦଘାଟିତ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟ ରେ କାଉଁରିଆପାଳ ପ୍ରିମିୟର ଲିଗ-୨୦୨୧ ଉଦଘାଟିତ ।

ପ୍ରଥମ ଦିନରେ ପସାସିଂହ କୁ ହରାଇ କାଉଁରିଆପାଳ ଓ ବାଙ୍ଗୁରସିଂହ କୁ ହରାଇ ତଳବାଘଲଣ୍ଡା ବିଜୟଲାଭ କରିଥିଲେ ।

ଗୁଣଦେଇ ଗ୍ରା:ପ ର ପୂର୍ବତନ ସରପଞ୍ଚ ତଥା କାଉଁରିଆପାଳ ର ବାସିନ୍ଦା ସ୍ୱର୍ଗତ ରୁଦ୍ରନାରାୟଣ ନାୟକ ଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ନିମନ୍ତ୍ରିତ ମୁଖ୍ୟ ଅତିଥି ଗୁଣଦେଇ ଗ୍ରା:ପ ର ସରପଞ୍ଚ ଶ୍ରୀମତୀ ଜ୍ୟୋତିର୍ମୟୀ ଲେଙ୍କା ମହାଶୟା ଉଦଘାଟନ କରିଥିଲେ ।

ତାଙ୍କ ସହ ଅତିଥି ରୂପେ ଯୋଗଦେଇଥିଲେ ଗୁଣଦେଇ ଗ୍ରା:ପ ର ସମିତିସଭ୍ୟା ବାସନ୍ତୀ ଦେହୁରୀ । ଅଞ୍ଚଳ ର ଜଣାଶୁଣା ସମାଜସେବୀ ଅଶୋକ ପୃଷ୍ଟି, ରଘୁନାରାୟଣ ମହାନ୍ତି, ଶ୍ରୀନିବାସ ନାୟକ ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ ।

new life
You might also like
error: Content is protected !!