News
WhatsApp Image 2023-10-04 at 17.25.00
samparksetu

ରାଜୁଆ ପାଟଣା ପ୍ରାଥମିକ ବିଦ୍ୟାଳୟ ବନ୍ଦ ନକରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତ ଅନ୍ତର୍ଗତ ରାଜୁଆ ପାଟଣା ଗ୍ରାମର ସରକାରୀ ସ୍କୁଲକୁ ବନ୍ଦ ନକରିବା ପାଇଁ ସମାଜ ସେବୀ ପଙ୍କଜ ନାୟକ, ରମେଶ ରାଜ ଏବଂ ସ୍ଥାନୀୟ ସରପଞ୍ଚ କାମାକ୍ଷା ବରଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ପ୍ରକାଶ ଥାଉକି ଯେଉଁ ସ୍କୁଲ ମାନଙ୍କରେ ୪୦ ରୁ କମ୍ ପିଲା ଅଛନ୍ତି, ସେହି ସ୍କୁଲ ଗୁଡିକୁ ସରକାର ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି , ଉକ୍ତ ସ୍କୁଲରେ ୩୮ ପିଲା ଅଧ୍ୟୟନ କରୁଥିବା ବେଳେ ଗ୍ରାମର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଉ ୯ ଜଣ ପିଲା ଘରୋଇ ସ୍କୁଲରୁ ନାମ କଟାଇ ଗ୍ରାମର ସରକାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଇଛା ପ୍ରକାଶ କରିଛନ୍ତି ।

ଉକ୍ତ ପଞ୍ଚାୟତର ସରପଞ୍ଚ ଶ୍ରୀ କାମାକ୍ଷା ବର ମଧ୍ୟ ସ୍ୱତଃପ୍ରବୃତ୍ତ ଭାବେ ଗ୍ରାମବାସୀ ମାନଙ୍କ ସପକ୍ଷରେ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ଏହି ସ୍କୁଲର ପିଲାମାନଙ୍କୁ ଯେଉଁ ସ୍କୁଲ ସହିତ ମିଶ୍ରଣ କରାଯାଉଛି ତାହା ଗାଁ ଠାରୁ ୨ କିମି ଦୂର ଏବଂ ରାସ୍ତାରେ ବଡ଼ ବଡ଼ କେନାଲ ଓ ପୋଖରୀ ଅଛି ।

ଯେଉଁ କେନାଲରେ ପଡିଯାଇ ଗତ ବର୍ଷ ଗୋଟିଏ ପିଲାର ମୃତ୍ୟ ହୋଇଯାଇଛି । ଫଳରେ ଅଭିଭାବକ ମାନଙ୍କ ମନରେ ଭାଳେଣି ଓ ଭୟ ସୃଷ୍ଟି ହୋଇଛି । ଛୋଟ ଛୋଟ ପିଲା ମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନ୍ୟ ସ୍କୁଲରେ ଏହି ମିଶ୍ରଣକୁ ବନ୍ଦ କରି ଜିଲ୍ଲା ପ୍ରଶାସନ ଏହି ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ଆଉ ଥରେ ତର୍ଜମା କରିବାକୁ ଗ୍ରାମବାସୀ ମାନେ ଦବୀ କରିଛନ୍ତି ।

new life
You might also like
error: Content is protected !!